Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Tragedy

2  

Sadananda Sahoo

Tragedy

ସେବାରୁ ନିବୃତି ଅବସର ସ୍ମୃତି

ସେବାରୁ ନିବୃତି ଅବସର ସ୍ମୃତି

1 min
437



ସ୍ମୃତିର ଦିବସ ଶୁଭ ଅବକାଶ 

   ଅବସର ମହୋତ୍ସବ , 

ସୁନେଲି ସନ୍ଧ୍ୟାର ଭବ୍ୟ ଆୟୋଜନ 

   ଅତୁଟ ସମ୍ପର୍କ ଭାବ !  


ନିକୁଞ୍ଜ ସୁପୁତ୍ର କର୍ମବୀର ପାତ୍ର 

   ମହା ଅନୁଭବି ବ୍ୟକ୍ତି , 

ସଂଘର୍ଷର ମିତ ଉଦାର ବ୍ୟକ୍ତିତ୍ଵ 

   ଅବସରେ ଯିବେ ଆଜି ! 


ମୁଖ୍ୟରକ୍ଷୀ ପଦେ ଥିଲେସେ' ସର୍ବାଗ୍ରେ 

    କାରାଗାର ମହାପ୍ରାଣ , 

ମୁଖେ ବଜ୍ରବାଣ ହୃଦୟରେ ସ୍ନେହଁ 

   ଦରଦୀ ସ୍ଵଭାବି ଜାଣ ! 


 ଘାତପ୍ରତିଘାତେ ଜୀବନ ସଂଗ୍ରାମେ 

    ଥିଲେ ମହା ଧର୍ଯ୍ୟବାନ , 

ପ୍ରସାଶନ ନୀତି ମାନି'ସେ ଚଳନ୍ତି 

    କରନ୍ତିନି ହେୟ ଜ୍ଞାନ ! 


ସହକର୍ମୀ ପ୍ରୀତି ନିଆରା ଏ' ଛବି 

    ଅଲିଭା ସ୍ମୃତି ସ୍ଵାକ୍ଷର , 

ନିକୁଞ୍ଜ ମହାନ୍ତି ସଭିଁଙ୍କର ସାଥୀ 

   ସୁଲଭ ସୌରଭ ବୀର ! 


ଅସରନ୍ତି ଦୁଃଖ ହୃଦୟରେ ତାଙ୍କ 

   କହନ୍ତିନି କେବେ ଖୋଲି , 

କର୍ମେ ଏକାଗ୍ରତା ମନରେ ସଦିଚ୍ଛା 

   ସର୍ବଦୁଃଖ ଯାଆନ୍ତି ଭୁଲି ! 


 ବର୍ଣ୍ଣାଢ଼୍ୟ ଉତ୍ସବ ହେଉଶୁଭ ମୟ 

    ସୁଦୀର୍ଘ ଜୀବନ ପଥେ , 

ମହାନ୍ତି ଦରଦୀ କର୍ମ ଅବକାଶି 

   ହସି ହସି ଯିବେ ସତେ ! 


ଆହେ ପ୍ରସାଶକ ତତ୍ପର ହୋଇବ 

     ମହାନ୍ତି ବାବୁଙ୍କ ପାଇଁ , 

ସେବା ପୁସ୍ତୀକାକୁ ସଜାଡି ଦେବାକୁ 

    ହେଳାତ କରିବ ନାଇଁ ! 


ଅବସର ପ୍ରାପ୍ୟ ଶୀଘ୍ର ହେଉ ପ୍ରାପ୍ତ 

    ଏତିକିତ ଅନୁରୋଧ , 

ପେନସନ ପୋଷଣ ଯଥାବିଧି ପଣ 

    ସମର୍ପିବ ମହାଭାଗ ! 


ଜଗତର ନାଥ ହୁଅହେ ' ସଦୟ 

    ନିକୁଞ୍ଜ ଦେବଙ୍କୁ ଆମ , 

ଅବସର ଦୁଃଖ ନହେଉ ପ୍ରତୀତ 

   ହସନ୍ତୁ ସେ' ସୂର୍ଯ୍ୟ ସମ ! 


ପିଲା ପରିବାର ସୁଖ ଗନ୍ତାଘର 

   ହେଉ ସଦା ସୁଖ ବର୍ଷା , 

ଏତିକି କାମନା କରିବନି ଊଣା 

    ଜଗତର  ତ୍ରାଣ କର୍ତ୍ତା ! 


Rate this content
Log in