ସେବା
ସେବା
ଅନ୍ୟ ଦୁଃଖ ଦେଖି ଯାହାର ହୃଦୟ
ହୁଏ ସଦା ବିଗଳିତ,
ସେବା ମନୋବୃତ୍ତି ମନେ ହୁଏ ସୃଷ୍ଟି
ବଳିଦିଏ ନିଜ ସ୍ୱାର୍ଥ ।
ମାନବିକତାର ପ୍ରଚ୍ଛନ୍ନ ଆକାଂକ୍ଷା
ଉଦବେଳିତ ହୋଇ ଉଠେ,
ଅନ୍ୟକୁ ସାହାଯ୍ୟ କରିବାରେ ଅତି
ଖୁସି ମିଳିଥାଏ ସତେ ।
ସବୁ ଜୀବେ ଦୟା ହୃଦୟେ ବିରାଜେ
ଅନ୍ୟ ଦୁଃଖେ ଦୁଃଖିହୁଏ,
ସମବେଦନାରେ ହୃଦୟ କନ୍ଦରୁ
ମମତା ଯେ ଝରିଯାଏ ।
ଆଧ୍ୟାତ୍ମିକ ଭାବ ହୁଏ ଯେ ଜାଗ୍ରତ
ଈଶ୍ୱର ବିଶ୍ୱାସୀ ହୁଏ,
ପ୍ରଭୁଙ୍କ ପାଦରେ ନିଜର କର୍ମକୁ
ସମର୍ପଣ କରିଥାଏ ।
ଗାନ୍ଧୀ, ଗୋପବନ୍ଧୁ ଜୀବନେ ତାଙ୍କର
ଭରିଥିଲେ ଆଦର୍ଶତା,
ସେବା ହିଁ ତାଙ୍କର ମୂଳମନ୍ତ୍ର ଥିଲା
ବୁଝୁଥିଲେ ଅନ୍ୟ ବ୍ୟଥା ।
ନିଜେ ଦୁଃଖେ ରହି ଅନ୍ୟ ପାଇଁ ସୁଖ
ସାଉଁଟିବା ଅଟେ ପୂଣ୍ୟ,
ଆନ୍ତରିକ ସହ ଅନ୍ୟକୁ ସାହାଯ୍ୟ
କରେ ଜୀବନ ମହାନ ।
ମଣିଷ ଜୀବନ ହୁଅଇ ସାର୍ଥକ
ରହିଲେ ଆଦର୍ଶବାଦ,
ଦୁଃଖିଜନ ସେବା ସେବକ ମଥାରେ
ଢାଳିଦିଏ ଆଶୀର୍ବାଦ ।
