STORYMIRROR

Satyabati Swain

Inspirational Thriller

3  

Satyabati Swain

Inspirational Thriller

ସେ

ସେ

1 min
395

ଯଦି ପଚାରନ୍ତା 'ସେ'

ସମସ୍ତେ କୁହନ୍ତେ

ରହି ଯା' ଟିକେ

ଯିବି 'ଏ' କାମଟା ସାରି ଦେଇ

ବୋଧେ ସେଇପାଇଁ

ସେ ଆସେ ସୂଚନା କିଛି ନଦେଇ

ନଲେ ବଢି ଯାଆନ୍ତା ଆମ ବଡେଇ ।

ସେ ପାଦ ଚିପି ଚିପି ଆସେ

ଆମକୁ ଲଦି ହୋଇ ବସେ

ମଝିରେ ମଝିରେ ଆମ ଦଉଡା ଦେଖି

ନିଶବ୍ଦେ

ଦାନ୍ତ ନେଫେଡେଇ ହସେ;

କେବେ ଠେଲିଦିଏ 

ହଣା ମୁହଁକୁ

ତାଳି ମାରି କୁରୁଳି କୁରୁଳି

ନାଚେ

ନଚାଏ 

ଘିରି ଘିରି ବୁଲାଇ।

ତାକୁ ଆଲିଙ୍ଗନ କରିବା ପାଇଁ

ଆମ ଯେତେ ସବୁ ନାଟ ହାଟ

ତା କୋଳେ ଶୋଇବା ନେଇକି

ଆମ ଆତ୍ମା ପକ୍ଷୀ ଉଚ୍ଚାଟ

ସବୁ କରୁଛି ସେଇ

ଖାଲି ମାଧ୍ୟମ ହୋଇ

ଆମେ ଡହକ ନିଆଁରେ ଜଳୁ

ଅନ୍ଧପୁଟୁଳି

ଆଖିରେ ବାନ୍ଧିଛି 'ସେ'

ମିଛଟାରେ ମୁଁ ,ମୋର

ହୋଇ ରଡୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational