STORYMIRROR

Niranjan Mishra

Abstract

4  

Niranjan Mishra

Abstract

ସେ ତ ଭକତ ଭାବରେ ବନ୍ଧା

ସେ ତ ଭକତ ଭାବରେ ବନ୍ଧା

1 min
382

ସେ ତ ଭକତ ଭାବରେ ବନ୍ଧା ସେ

ମୋର ନିଜର କାଳିଆ ଧନ

ଭାବ ଅଭାବରେ କିଏ ସେ ବାନ୍ଧିବ

ସେ ତ ସଭିଙ୍କ ଜୀବନ ଧନ ସେ

ମୋର ନିଜର କାଳିଆ ଧନ।


ଅତି ଯତନରେ ବାନ୍ଧିଥିଲେ ଦିନେ

ମାଆ ଯଶୋମତୀ ନେଇ

ଭାବେ ବାନ୍ଧି ହେଲେ ଭାବ ବିନୋଦିଆ

ନିଜେ ନିଜେ ଧରା ଦେଇ ।


ଗୋପେ ଗୋପାଳୁଣୀ ଭାବରେ ବାନ୍ଧିଲେ

ବନ୍ଧା ହେଲେ କଳା ଧନ

ଯୁଗ ଯୁଗ ଧରି କୀରତି ସ୍ଥାପିଲେ

ଗୋପିଙ୍କ ହୃଦଚନ୍ଦନ ।


ଅପ୍ରାକୃତ ପ୍ରେମ ଡୋରେ ରାଧାରାଣୀ

କି ଭାବରେ ବାନ୍ଧିଥିଲେ

ଉଦ୍ଧବ ବିଦୁର ବାଇ ମୀରାଙ୍କର

ଭକତିରେ ବନ୍ଧା ହେଲେ ।


ବାନ୍ଧିଲେ ଭକତ ପଣ୍ଡା ପଢିଆରୀ

ପାଟ ଡୋର ଧରି ହାତେ

ସେନାପଟା ଲାଗି କରାଇ ଆଣିଲେ

ସ୍ନାହାନ ଗୁଣ୍ଡିଚା ଯାତେ ।


ପହଣ୍ଡେ ପହଣ୍ଡେ ପହଣ୍ଡ ପକାଇ

ଭକତେ ଆନନ୍ଦ ଦେଇ

ବିଜେ ହୋଇଥିଲେ ସ୍ନାନ ଯାତରାରେ

ରଥ ଯାତରାରେ ସେହି ।


ଦାସିଆ ନଡିଆ ଲାଗିଲା ବଢିଆ

ହାତ ବଢାଇ ସେ ନେଲେ

ଭାବେ ବନ୍ଧା ହୋଇ ବନ୍ଧୁ ମହାନ୍ତିର

ମାନ ଇଜ୍ଜତ ରଖିଲେ ।


କେଉଁ ଭକତର ଭାବରେ ସେ କହ

ହୋଇ ନାହାନ୍ତି ବନ୍ଧନ

ସେ ତ ଭକତର ଭକତ ତାଙ୍କର

ହୃଦୟର ଗଣ୍ଠିଧନ ।


Rate this content
Log in

Similar oriya poem from Abstract