Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Inspirational

3  

Sukadev Mahanta

Inspirational

ସେ ପଥେ ମିଳନ୍ତି ଈଶ୍ୱର

ସେ ପଥେ ମିଳନ୍ତି ଈଶ୍ୱର

1 min
174


କରିବନି ତୁମେ ଗର୍ବ ଅହଂକାର 

    ନିଜ ବାହୁବଳ ଧନର 

ନିଜର ଭାବନା ସବୁ ଠିକ୍ ଭାବି

   ଦେଖାଅନି ଗର୍ବ ଅହଂକାର||


ଭଲ କର୍ମ କଲେ ପ୍ରଶଂସା ଲଭିବ

      ମନ୍ଦ କର୍ମେ ନିନ୍ଦା ପ୍ରଚାର 

ନିଜର ମର୍ଯ୍ୟାଦା କଥା ମନେ ରଖି 

      କରିଚାଲ ସବୁ କର୍ମର ||

 

ପରର ମର୍ଯ୍ୟାଦା ପ୍ରତି ସଚେତନ

       ରହିଥିବ ସବୁ କ୍ଷେତ୍ରେ 

ପର ଦୁଃଖ ଦେଖି ହସିବନି କେବେ 

      ଲୋତକ ଝରାଅ ନେତ୍ରେ ||


ଭାଗ୍ୟ ନ ହୋଇବି ଅଭିମାନୀ ପ୍ରିୟା

     କରେ ଯେହ୍ନେ ଅଭିମାନ,

 ବୁଦ୍ଧି ଓ ବିବେକ ଲୁହା ନହୋଇ ବି

       ଲାଗଇ କଳଙ୍କ ଚିହ୍ନ,

 ଶରୀର ନହୋଇ ଆଘାତ ଲଭଇ

         ତୁମର ଆତ୍ମସମ୍ମାନ,

ପାଣିପାଗ ନୁହେଁ ସମାଜେମଣିଷ  

          ତଥାପି ବଦଳେ ଜାଣ ||


ଯେଉଁ ପଥ ସତ୍ୟ ଶାନ୍ତି ଅହିଂସାର 

      ସେପଥେ ଥାଆନ୍ତି ଈଶ୍ୱର,

ଯେଉଁ ପଥ ଅଟେ ମାନବିକତାର

      ସେପଥେ ଥାଆନ୍ତି ଈଶ୍ୱର,

ପଥ ସ୍ନେହ ପ୍ରୀତି ଭଲପାଇବାର

      ସେ ପଥେ ମିଳନ୍ତି ଈଶ୍ୱର||


ଯେଉଁ ପଥ ଅସତ୍ୟ ଅବିଶ୍ଵାସର

      ଦିବାଲୋକେ ଘୋର ଅନ୍ଧାର,

ଯେଉଁ ପଥ ଅଟେ ସ୍ୱାର୍ଥପରତାର

       ସେ ପଥେ ନଥା'ନ୍ତି ଈଶ୍ୱର || 


ଯେଉଁ ପଥେ ଘୋର ଅମା ଅନ୍ଧକାର

       ଦର୍ଶନ ମିଳେନି ଛାଇର

ସୃଷ୍ଟି ଯାହାଙ୍କର ଉଜ୍ଜ୍ୱଳ ଆଲୋକେ

       ନାପସନ୍ଦ ତାଙ୍କ ଅନ୍ଧକାର

ସତ୍ୟ ଧର୍ମ ନ୍ୟାୟ ଅହିଂସା ମାର୍ଗରେ

       ଥିଲେ ହିଁ ମିଳନ୍ତି ଈଶ୍ୱର ||



Rate this content
Log in