STORYMIRROR

Dipti lekha Mishra

Tragedy Others

2  

Dipti lekha Mishra

Tragedy Others

ସେ ପିଲା କଥା ମନେ ପଡୁଛି

ସେ ପିଲା କଥା ମନେ ପଡୁଛି

1 min
162

ଠିକ ଚାରିଟା ବେଳ ବାଜିଥୀଲା

କୂଆ ରାବିବା ଆରମ୍ଭ କରୁଥିଲା

କୁକୁଡା ବି ଦୀର୍ଘସ୍ବର ଛାଡୁଥୀଲା

ହେଲେ ସବୁ ଆଡେ ଥିଲା ଶୁନଶାନ॥


ଶୀତରାତିର କଥା ଆଜି ବି ମନେ ଅଛି

ସେ ଜରିଗୋଟାଳୀ ର ଚିରାକନା

ଆଖିରେ ଲୂହ ଆଉ ପେଟରେ ଭୋକ

ମୁଁ ଖୋଜିଲେ ବି ତାକୁ ଆ ଊ ପାଉନି॥


ଜରିଗୋଟାଳୀ ପିଲାଟାର ହୄୄୄୄୄୄୄୄୄଦୟ

ଅତୀବ ସୁନ୍ଦର ଆଉ ସୁନ୍ଦର

ହେଲେ ତା ସାବତ ମାଆ ପାଇଁ

ସେ ଆଜି ସାଜିଛି ଜରିଗୋଟାଳୀ॥


ସେ ପିଲାଟିକୁ ଦେବାକୁ ସେଦିନ ମୋ ହାତେ

ମୁଠାଏ ଭାତଗୁଣ୍ତା ବି ନଥିଲା

ଆଜି ଦେବାକୁ ସବୁ ପାଶେ ଅଛି

ହେଲେ ପିଲାଟି କେଉଁଠି ହଜିଯାଇଛି॥


ତାକୁ ଖୋଜି ମୋ ପାଖକୁ ପଠାଅ ପ୍ରଭୂ

ତୁମ ଦାନରୁ ପାଇଥିବା ଦାନ ଦେବି

ତା ଦୁଃଖ କୂ ଭାଗେ ବି କମାଇଦେବି

ତାକୁ ଉଚିତ ମଣିଷଟି କରି ଗଢିବି॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy