STORYMIRROR

Krushna Chandra Dakua

Inspirational

3  

Krushna Chandra Dakua

Inspirational

ସେ ଗୋଟାଏ ନାରୀ

ସେ ଗୋଟାଏ ନାରୀ

1 min
270

ସେ ଗୋଟାଏ ନାରୀ

ଯିଏ ପ୍ରତି ମୁହୂର୍ତ୍ତରେ ମରେ,ବଞ୍ଚେ

ଆଉ ମରିବା'ର ଶେଷ ପର୍ଯ୍ୟାୟ 

ଅଗ୍ନିଧାସରେ ଜଳି 

ଅର୍ଦ୍ଧଦଗ୍ଧ ହୋଇ ଭସ୍ମୀଭୂତ ହୁଏ

ପୁଣୀ ଦୁଃଖ କଷ୍ଟରେ ଜୀବନ କାଟେ

ସେ ତା ଜୀବନକୁ ନିନ୍ଦେ, ସମୟକୁ ନିନ୍ଦେ 

ଏମିତିକି କାନ୍ଦି କାନ୍ଦି ପ୍ରତିଦିନ ମରେ !


ଗାଁ ଶେଷରେ ଥିବା ଚାଳ ଝିମ୍ପୁଡ଼ୀ ଘର'ର ବୋହୂ 

ଏମିତି କେତେ କ'ଣ ସଂକଳୁ ଥିବାର ଶବ୍ଦ 

ଶୁଣିବାକୁ ମିଳେ,ଦେଖିବାକୁ ମିଳେ ଓ

ଜୀବନର ପ୍ରତିଟି ମୂଲ୍ୟକୁ 

ପାଉଁଶରେ ଲେପୁଥିବାର ମଧ୍ୟ ଅନୁଭବ ହୁଏ !


ପ୍ରତ୍ୟେକ ଦିନ ସନ୍ଧ୍ୟା ଠାରୁ ମଧ୍ୟରାତ୍ରି ପ୍ରଯ୍ୟନ୍ତ

ଅନେକ ଗାଳି,ପ୍ରହାର ଏବଂ 

ଟାହି ଟାପରା ଅକ୍ରୋଶର ଶିକାର ହୋଇ 

ବାରମ୍ବାର ଭାଗ୍ୟକୁ ନିନ୍ଦିତ କରାଇବା ସହ

ଜୀବନ ବଞ୍ଚିବା'ର ଜୁଈରେ ନିଜକୁ ଧାସ ଦିଏ !


ସିଦ୍ଧପ୍ରଜ୍ଞା ମୁନି ଟିଏ ଭଳି 

ସୁସ୍ଥ ମାନସିକତାରେ ଚିନ୍ତିତ କରେ 

ଓଡ଼ିଆ ଭାଷା ସାହିତ୍ୟ ର 

ପ୍ରମ୍ମୁଖ ବିନ୍ଧାଣୀ ତଥା କାଳଜୟୀ ସ୍ରଷ୍ଟା 

ବ୍ୟାସକବି ଫକୀର ମୋହନ ସେନାପତିଙ୍କ ରଚିତ 

ଉପନ୍ୟାସ ପେଣ୍ଟେଡ୍ ମେଡ଼ିସିନ୍ କଥା 

କିନ୍ତୁ ନିଜକୁ ନିଜେ ପରାସ୍ତ କରି 

ଲୋ ଚୂଲି,ଲୋ ନିଆଁ,ଲୋ ରେବ ଭଳି

ଜେଜେମା'ର ଗାଳିକୁ ଆପଣାର କରି 

ସମାଜ,ସଂସ୍କୃତି,ପରମ୍ପରା,ନିତି,ନିୟମ ଓ 

ଉତ୍ତମ ଗୃହିଣୀର ଆଦର୍ଶରେ ଅନୁବନ୍ଧିତ ହେଇ 

ନିଜକୁ ନିଜେ ସମ୍ଭାଳି ରଖେ ଏବଂ ବୁଝାଇ ଦିଏ 

ଏ ଦାୟୀତ୍ୱ ଏ ସମାଜର.......!!

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational