ସେ ଗଲା ପରେ...
ସେ ଗଲା ପରେ...
ମୁଁ ଜାଣିଛି ସେ ଫେରିବନି,
ସ୍ବପ୍ନ ର ବାଲି ଘର ତୋଳିବନି,
ହସିବନି ଖିଲି ଖିଲି ମୋ ସହ ବସି
ଚାଲିବନି ସାଥୀ ହୋଇ ମୋ ହାତ ଧରି
ତଥାପି,
ମନ ର ଆବେଗରେ ଖେଳି ଉଠେ ଶିହରଣ,
ହଠାତ୍ କିଏ ଜଣେ ଛୁଇଁ ଦେଇ
ଚାଲିଯାଏ ଦେହକୁ ମୋର
ଦୂରକୁ ଦୂର ମରୀଚିକା ହୋଇ
ପବନ ସହ ମିଶି ଯାଇ ଧୂଳିକଣା ହୋଇ
ଅସମାହିତ ପ୍ରଶ୍ନର ଧୁମ୍ର କୁହେଳିକା ହୋଇ
