STORYMIRROR

ସନାତନ ଦାସ

Abstract

2  

ସନାତନ ଦାସ

Abstract

ସେ ଗଲା ପରେ...

ସେ ଗଲା ପରେ...

1 min
2.9K

ମୁଁ ଜାଣିଛି ସେ ଫେରିବନି,

ସ୍ବପ୍ନ ର ବାଲି ଘର ତୋଳିବନି,

ହସିବନି ଖିଲି ଖିଲି ମୋ ସହ ବସି

ଚାଲିବନି ସାଥୀ ହୋଇ ମୋ ହାତ ଧରି

ତଥାପି,

ମନ ର ଆବେଗରେ ଖେଳି ଉଠେ ଶିହରଣ,

ହଠାତ୍ କିଏ ଜଣେ ଛୁଇଁ ଦେଇ

ଚାଲିଯାଏ ଦେହକୁ ମୋର

ଦୂରକୁ ଦୂର ମରୀଚିକା ହୋଇ

ପବନ ସହ ମିଶି ଯାଇ ଧୂଳିକଣା ହୋଇ

ଅସମାହିତ ପ୍ରଶ୍ନର ଧୁମ୍ର କୁହେଳିକା ହୋଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract