STORYMIRROR

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ସେ ଦିନର ଗପ

ସେ ଦିନର ଗପ

1 min
445

ଜେଜେ ମନେ ପଡେ ତୁମ କଥା ଆଜି

ମନେ ପଡେ ଗପ ତୁମ

ରାମାୟଣ କଥା ଲାଗେ ଭାରି ମିଠା

ମର୍ଯ୍ୟାଦା ପୁରୁଷ ରାମ


ନୀତିଶିକ୍ଷା ପ୍ରେମ ଧାର୍ମିକ ବଚନ

କୁହ ଯେ ଗପ ଛଳରେ

ରାଜାରାଣୀ କଥା କୀର୍ତ୍ତି ତାଙ୍କ କର୍ତ୍ତା

କହି ଚାଲ ମୋ ପାଖରେ


ରାତିରେ କୁଆଡେ ନଯିବି ଯେପରି

କହୁଥିଲ ଗପ ଭୂତ

ବୁଢ଼ୀ ଅସୁରୁଣୀ ବୁଲୁଛି ଡାହାଣୀ

ଶୋଷି ନେବ ସେ ରକତ


ଖରାବେଳେ ଜମା ନ ବୁଲିବା ପାଇଁ

କୁହ ବୁଲେ ଛୁଆ ଧରା

ଟେକି ନେଇ ସେତ କଲିଜା ଆଖି ତୋ

କାଢି ନେବ ସିଏ ପରା


ସତ କହିଲେ ଜଗନ୍ନାଥ ପରା

ମିଛ ଯେ କହିଲେ ପାପ

ଗୁରୁଜନ ଙ୍କୁ ନ ମଣିବୁ କେବେ

ନଇଁ ଯିବୁ ଦେଖି ବାପ


ଆଜି ଯେବେ ମୁହିଁ ବଡ଼ ହୋଇ ଭାବେ

ତୁମରି ସେଦିନ କଥା

ଭଲ ପାଅ କେତେ ଆଜିବି ଯେ ମୋତେ

ପାଦେ ତୁମ ନୁଏଁ ମଥା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational