ସେ ଡଙ୍ଗାଟିଏ
ସେ ଡଙ୍ଗାଟିଏ
ସେ ଡଙ୍ଗାଟିଏ,
ଏପାଖ ସେପାଖ ଭାସୁ ଥାଏ
ଅକାତ କାତ
ନୀଳ ଢେଉରେ ନାଚି ନାଚି ସେ
ଭାସୁ ଥାଏ,ସେ ଡଙ୍ଗାଟିଏ !
ନିତି ଏପାରି ରୁ ସେପାରି କୁ
ଆଖି ଆଖି ସ୍ଵପ୍ନ ବାହୁ ଥାଏ
ସେ ଡଙ୍ଗାଟିଏ,
ମେଘ ଅସରା ,ପାହାନ୍ତି ତାରା
ନାଉରିଆ ଭାଇ ସୁଖ ପସରା !
ନାରୀ ଟିଏ ବି
ନଉକା ସାଜି ,
ଏ କୂଳ ସେ କୂଳ ଦିଏ ଆଶରା !
ସେ ଡଙ୍ଗାଟିଏ,
କେତେ କାହାଣୀ,
ସାଇତା ପୁଣି
ଦରିଆ ରାଣୀ ତା କୋଳେ ଜାଣି !
ସେ ପାରି ପୁଅ ଏ ପାରି ଝିଅ
ନଉକା ସାଥେ ଜୀବନ ବିତେ
କନିଆ ସାଜି ବିଦାୟ ନିଏ
ନାଆ ଉପରେ ଲୁହ କୁ ପିଏ !
ଦୂର ଦେଶ ପୁଅ ବିଦେଶୁ ଫେରେ
ମନ ରୁ ତାର ସେନେହ ଝରେ
ସେ ଡଙ୍ଗାଟିଏ,ସେ ଡଙ୍ଗାଟିଏ !
