STORYMIRROR

Rama chandra Pradhan

Abstract

2  

Rama chandra Pradhan

Abstract

ସଡ଼କ ସୁରକ୍ଷା

ସଡ଼କ ସୁରକ୍ଷା

1 min
3.1K

ସଡକ ସୁରକ୍ଷା ନିୟମ ମାନିଲେ 

  ପଡ଼ିବାନି ହଟହଟାରେ 

ଶିରସ୍ତ୍ରାଣ ପିନ୍ଧି ଗାଡି ଚଳାଇଲେ 

   ଜୀବନ କଟିବ ସୁଖରେ

ମଦ୍ୟପାନ କରି ଗାଡି ଚଳାଅନି 

 କେବେହେଲେ ଭାଇ ରାସ୍ତାରେ 

ମୋବାଇଲ ଧରି ଗାଡି ଚଳାଇଲେ 

  ଏ ଜୀବନ ଯିବ ଶସ୍ତାରେ

ବେପରୁଆ ଗାଡି ନ ଚଳାଇ ଭାଇ 

   ସଡକେ ଯାଅ ହୁସିଆରେ 

ସଡକ ସୁରକ୍ଷା ନିୟମକୁ ମାନି 

   ଖୁସିରେ ରୁହ ପରିବାରେ

ଦ୍ରୁତବେଗେ କେବେ ଗାଡି ଚଳାଅନି 

   ଫସିଯିବ ଦୁର୍ଘଟଣାରେ 

ଗତିଧିମା କରି ଗାଡି ଚଳାଇଲେ 

   ସୁରକ୍ଷା ରହିବ ହାତରେ

ଜୀବନ ହେଉଛି ଅମୂଲ୍ୟ ସମ୍ପଦ 

   ବେଳୁହୁଅ ସାବଧାନରେ 

ସଡକ ସୁରକ୍ଷା ଏ ଜୀବନ ରକ୍ଷା 

   ସଦା ଧ୍ୟାନରଖ ମନରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract