Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Inspirational

3  

Sukadev Mahanta

Inspirational

ସଡକ ସୁରକ୍ଷା ଜୀବନ ରକ୍ଷା

ସଡକ ସୁରକ୍ଷା ଜୀବନ ରକ୍ଷା

1 min
198



ଅତି ଅଲିଅଳୀ     ଅତି ଚୁଲୁବୁଲି

    କୁନି ଝିଅ ମନୋରମା

ନାଚି ଖେଳି ତା'ର    ସମୟ କଟଇ

       ଖୁସିରେ ନ ଥାଏ ସୀମା ||


କନ୍ଦୁକ ଧରି ସେ     ଘରୁ ବାହାରିଲା

       ଖେଳିବ ବୋଲି ସେ ଦିନେ

ରାସ୍ତାରେ ଖେଳିବା     ବିପଦରେ ଭରା

      ନଥିଲା ତାହାର ମନେ ||


ରାସ୍ତାର ଉପରେ     ସବୁବେଳେ କେତେ

       ଯାନ ବାହନ ଚାଲଇ

ରାସ୍ତାର ଉପରେ        ଚଳପ୍ରଚଳର

       ନିୟମ କାନୁନ୍ ନେଇ ||


ଟ୍ରାଫିକ୍ ନିୟମ        ମାନିବା ଜରୁରୀ

       ସଡକ ସୁରକ୍ଷା ପାଇଁ

ଧନ ଜୀବନର         ସୁରକ୍ଷା ନିମିତ୍ତ

        ପ୍ରଯୁଜ୍ୟ ତାହା ଅଟଇ ||


ଅବୋଧ ବାଳିକା       କୁନି ମନୋରମା

        ଏ କଥା ଜାଣି ନଥିଲା

ସେହି କାରଣରୁ        କନ୍ଦୁକ ଧରିସେ

       ରାସ୍ତାପରେ ଖେଳୁଥିଲା ||


ଦ୍ରୁତ ବେଗେ ମାଡି       ଆସିଲା ସହସା 

      ଗୋଟିଏ ମୋଟର କାର

କନ୍ଦୁକ ପଛରେ       ଗୋଡାଇ ଗୋଡାଇ

       କାର୍ ଆଗରେ ହାଜର ||


ଆଉ   ଦୁଇ ହାତ       ଆଗକୁ ଗଡିଲେ

       କୁନି ଝିଅ ମନୋରମା

କାର ଚକ ତଳେ      ପେଷି ହୋଇଯା'ନ୍ତା

     ଦୁଃଖର ନଥାନ୍ତା  ସୀମା ||


ସହସା କୁଆଡୁ         ଆସି ଉଭା ହେଲେ

     ଜଣେ ଦେବ ଦୂତ ପରୀ

ଟାଣି ନେଇ ଗଲେ      ମନୋରମାକୁ ସେ

       ମୃତ୍ୟୁ ମୁଖରୁ ଉଦ୍ଧରି ||


ବୁଝାଇ କହିଲେ      ମନୋରମା ତୁମେ

      ଆଜିଠାରୁ ମନେରଖ

ସଡକ ସୁରକ୍ଷା        ଟ୍ରାଫିକ୍ ନିୟମ      

      ମାନି ଚଳିବାକୁ ଶିଖ ||


ପିତା ମାତା ସର୍ବେ       ମନଧ୍ୟାନ ଦେଇ

        ଏହି କଥା ମନେରଖ

ନିଜର ସନ୍ତାନେ      ରାସ୍ତାରେ ଖେଳିବା

      କଥା କର ତଦାରଖ ||


ଟ୍ରାଫିକ୍ ନିୟମ      ନିଜ ସନ୍ତାନଙ୍କୁ

       ସକଳେ ଶିଖାଇ ଦିଅ

ସେହି ନିୟମକୁ    ଯେପରି ପାଳିବେ

       ସେଥିପ୍ରତି ଦୃଷ୍ଟି ଦିଅ ||


ତାହା ନହୋଇଲେ    ଅକାଳରେ ଶିଶୁ

        ଜୀବନ ହରାଇ ଦେବ

ନିସନ୍ତାନ ହେବା      ତୁମରି ଭାଗ୍ୟରେ

      ମୃତ୍ୟୁ  ଆସି ଲେଖି ଦେବ ||


ବେଳ ଥାଉ ଥାଉ      ତୁମ୍ଭେମାନେ ଯେବେ

        ସାବଧାନ ହୋଇଯିବ

ସବୁଦିନ ପାଇଁ        ରାସ୍ତା ଦୁର୍ଘଟଣା

       ସମ୍ପୂର୍ଣ୍ଣ ଉଭେଇ ଯିବ ||


ଅନେକ ନୀରିହ       ଜୀବନର ରକ୍ଷା

     କରିପାରିବରେ ତୁମେ

ଅକାଳ ମୃତ୍ୟୁର     ବିଭୀଷିକା ଆଉ

     ଦେଖିବନି କେବେ ତୁମେ ||

        


       


      

    


Rate this content
Log in