STORYMIRROR

Pranati Mahapatra

Inspirational

2  

Pranati Mahapatra

Inspirational

ସଦ୍ ବୁଦ୍ଧି ଦିଅ ମାଆ

ସଦ୍ ବୁଦ୍ଧି ଦିଅ ମାଆ

1 min
14K


ଋତୁ ରାଜର ଆଗମନେ ମା’

ଶୁଭ ସାହାନାଇ ସୁରେ,

ବିରାଜୁ ଥାଉ ଏ ଧରା ଧାମେ ମା’

ବସନ୍ତ ପଞ୍ଚମୀ ଲଗ୍ନରେ।

ତୋର ଆଗମନେ ପ୍ରକୃତି ରାଣୀ ମା’

ହୁଏ ନବ ପଲ୍ଲବୀତ,

ନର,ପଶୁ ,ପକ୍ଷୀ କୀଟ ତରୁ ଦେହେ

ଶ୍ରୀରେ ମୁଖରିତ ।

ଦୀନ ଅକିଞ୍ଚନ ଅଜ୍ଞାନୀ ସୁତା ମୁଁ

ତୋ ପାଦେ କୋଟି ପ୍ରଣାମ,

କରେ ଅଳି ବିଞ୍ଚ ଜ୍ଞାନର ବୀଜ ମା’

ସଦ୍ ଜ୍ଞାନୀ ହେଉ ଏ ଧାମ।

ଶୁଭ୍ର ବସ୍ତ୍ରେ ମା’ ମରାଳ ବାହନେ

ପଙ୍କଜରେ ବିରାଜିତା,

ଅକ୍ଷୟ ଜ୍ଞାନର ବୀଣା ଝଙ୍କାରେ

ଦେଉ ଶାନ୍ତିର ବାରତା।

ଏ ଧରାଧାମ ତୋ ଆଶିଷ ବଳେ

ଜାତ ଜ୍ଞାନୀ, ମୁନି ଗଣ,

ଜ୍ଞାନର ବଡିମା ବିକାଶି କଲାଣି

ଚନ୍ଦ୍ର ଲୋକେ ଅବସ୍ଥାନ।

ସବୁଠାରୁ ଶ୍ରେଷ୍ଠ ଜୀବ ବୋଲି ତାକୁ

ଦେଇଅଛୁ ସଦ୍ ଜ୍ଞାନ,

ଅଦ୍ଭୁତ ପ୍ରକାର କର୍ମ କରି ଆଜି

କରେ ନୂଆ ଉଦ୍ଭାବନ।

କୃପା ବାରି ଧାରା ବର୍ଷଣ କରିଥା’

ଏ ଜଗତ ଜନ ପରେ,

ହଟୁ କାମ କ୍ରୋଧ,ଲୋଭ,ମୋହ,ପାପ

ପାଇ ସୁଶିକ୍ଷା, ସଂସ୍କାରେ ।

ଅଭୟଦାୟିନୀ ମା’ ବାଗଦେବୀ

ତୋ ପାଦେ କରେ ପ୍ରଣତି,

ସୁଖ,ଶାନ୍ତି, ସ୍ଵସ୍ତି,ମୈତ୍ରୀର ମଳୟ

ବହୁଥାଉ ଏଠି ନିତି।

ଝରୁଥାଉ ସଦା ଲେଖନୀରୁ ମୋର

ତୋ ପ୍ରେମ ଅମୃତ ଝର,

ଜନ ମନ ତୋଷି ହଟାଇ କାଳିମା

କରି ବିକାଶ ଭାଷାର।

ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର

ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational