Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jitendra Seth

Abstract

5.0  

Jitendra Seth

Abstract

ସ୍ଵଚ୍ଛ ଭାରତ ଅଭିଯାନ

ସ୍ଵଚ୍ଛ ଭାରତ ଅଭିଯାନ

1 min
260


ଶୁଣ ହୋ ସୁଜନେ ଶୁଣ ମନ ଦେଇ

ଶୁଣ ଶୁଣ ମୋର କଥା

ବୁଝିଲା ଲୋକଙ୍କୁ ଲାଗିବଟି ଭଲ

ନହେଲେ ଲାଗିବ ପିତା


ଅଳିଆ ଅସନା ଆବର୍ଜନା କେବେ

ଘର ପାଖେ ନ କରିବ

ନାଳ ନରଦମା ଯଦି ଥିବ ପାଖେ

ତାକୁ ସଫା ରଖୁଥିବ


ମଶା ମାଛି ଯେତେ ସେଇଠୁ ଜନମି

କରନ୍ତି ମହା ଉତ୍ପାତ

ପରିବେଶ ଯଦି ରଖୁଥିବ ସଫା 

ସେମାନେ ହେବେ ନିପାତ  


ରାସ୍ତା ଦୁଇ କଡ଼େ ବଣ ବୁଦା ମୂଳେ

ନ କରିବ ମଳତ୍ୟାଗ

ପାଇଖାନା ଟିଏ ଘରେ ବସାଇଲେ

ପଡ଼ିବନି କାଳ ଯୋଗ  


ରାସାୟନିକ ସାର ହୋ ସୁଜନେ

ନ କରିବ ବ୍ୟବହାର

ଜୈବିକ ସାରକୁ କାମେ ଲଗାଇଲେ

ଜୀବନ ହେବ ସୁନ୍ଦର  


ଜରି ପଲିଥିନ ପରିବେଶ ପାଇଁ

ଅଟଇ ହାନୀକାରକ

ନିଜ କଥା ଭାବି ସ୍ଵାର୍ଥବାଦି ହେଲେ 

ଭୋଗିବା ନିଶ୍ଚେ ନରକ  


ବାୟୁ ମଣ୍ଡଳର ପ୍ରଦୂଷଣ ଭାଇ 

ଉତ୍ତାପ ବୃଦ୍ଧି କାରଣ 

ଏ ସବୁ ସମସ୍ୟା ହୋଇଯିବ ଦୂର 

କରିଲେ ବୃକ୍ଷ ରୋପଣ  


ଗାଁ ପରିମଳ ଧୋବା ତୁଠରୁ ଯେ 

କହିଛନ୍ତି ଜ୍ଞାନୀଜନ 

ମୁଁ ଯାହା କହୁଛି ମାନି ଚାଲିଲେ ହୋ 

ନିଶ୍ଚେ ପାଇବ ସମ୍ମାନ  


ସୁନ୍ଦର ପୃଥିବୀ ସୁନାର ଭାରତ 

ଏ ସପନ ହେବ ସତ 

ହୋଇବଟି ସ୍ଵଚ୍ଛ ଆମରି ଭାରତ 

ହାତେ ମିଶାଇଲେ ହାତ  


Rate this content
Log in

Similar oriya poem from Abstract