STORYMIRROR

Niranjan Sahu

Inspirational Others Children

2  

Niranjan Sahu

Inspirational Others Children

ସବୁଠି ସେ ଜିତିଥାଇ

ସବୁଠି ସେ ଜିତିଥାଇ

1 min
98


ବୁଦ୍ଧି ଥିଲେ ସବୁ ସମ୍ଭବ    

ଅସମ୍ଭବ କିଛି ନାହିଁ

ବୁଦ୍ଧି ଥିଲେ ସବୁ ସହଜ

କଷ୍ଟସାଧ୍ୟ କିଛି ନାହିଁ.....


ବୁଦ୍ଧି ଥିଲେ ସଫଳ ମିଳେ

ଅସଫଳ କିଛି ନାହିଁ

ବୁଦ୍ଧି ଥିଲେ ବାଟ ମିଳେ

ପଥଭ୍ରଷ୍ଟ ହୁଏ ନାହିଁ.....


ବୁଦ୍ଧି ଥିଲେ ଆଲୋକ ମିଳେ

ଅନ୍ଧାର କିଛି ନାହିଁ

ବୁଦ୍ଧି ଥିଲେ ସବୁଠି ଆଦର

ଘୃଣା ର ସ୍ଥାନ ନାହିଁ......


ପାଠ ପଢିଲେ ଯେ ବୁଦ୍ଧି ମିଳିବ

ଏ କଥାର ମାନେ ନାହିଁ

ଉପସ୍ଥିତ ବୁଦ୍ଧି ଯାହା ପାଖେ ଅଛି

ସିଏ କେବେ ହାରେ ନାହିଁ....


ପାଠ ପଢିଲେ କି ହେବ ବନ୍ଧୁ

ଯଦି ମୁଣ୍ଡରେ ଶାଠ ନାହିଁ

ପାଠ ଓ ଶାଠ ଉଭୟ ଥିଲେ

ବୁଦ୍ଧିମାନ ହୋଇଥାଇ.....


ପାଠ ଆବଶ୍ୟକ ଶାଠ ଆବଶ୍ୟକ

ଆଜିର ଦିନ ପାଇଁ

ପାଠ ଶାଠ ଦୁଇ ଯାହାପାଖେ ଅଛି

ସବୁଠି ସେ ଜିତିଥାଇ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational