STORYMIRROR

BISWESWAR MAJHI

Inspirational

3  

BISWESWAR MAJHI

Inspirational

ସବୁଠାରୁ ବଡ ସାଥୀ

ସବୁଠାରୁ ବଡ ସାଥୀ

1 min
12.1K

ପୁସ୍ତକ ବିହୀନ  ମନୁଷ୍ୟ ଜୀବନ

    ପୃଛ ବିଷାଣ ହୀନ

ପଶୁଟିଏ ପରି   ଯାଉଥାନ୍ତା ସରି

    ଧନ ଜନ ଥାଇ ଦୀନ

    ପୁସ୍ତକ ଯୋଗାଏ ଜ୍ଞାନ

ବହି ଘରେ ଥିଲେ   ଜ୍ଞାନର ମନ୍ଦିର

     ସଭ୍ୟ ସମାଜର ମାନ


ବାଲମିକ ବ୍ୟାସ  କାମ୍ୟୁ କାଫକା

   ପୋପ୍ ବାଇରନ୍ ଶେଲି

ପୁସ୍ତକ ନଥିଲେ  ମୁଖରେ କହିଲେ

    କାଳ ବକ୍ଷେ ଯାନ୍ତେ ଚାଲି

    ମହାତମା ଗୋପବନ୍ଧୁ

ହାତ ଲେଖା ନିତି  ପ୍ରେରଣ କରନ୍ତି

    'ସମାଜ' ଓଡିଶା ବନ୍ଧୁ


ବହି ଶିକ୍ଷା ଦିଏ  ସଦାଚାର ଗାଏ

    ବହିଟି ପରମ ମିତ୍ର

ନିର୍ଭୁଲ ତଥ୍ୟର  ଅମୂଲ୍ୟ ଭଣ୍ଡାର

    ଅଛିଣ୍ଡା ଗଣିତ ସୁତ୍ର

    ବହିର ଆଦର କଲେ

ବିଭ୍ରାନ୍ତି ଅଶାନ୍ତି  ଦୂରରେ ରୁହନ୍ତି

    କିଏ ହେବ ତା'ର ତୁଲେ


ପାଠାଗାର ମାନ   କଲେ ସଂସ୍ଥାପନ

     ମହତ ଉଦ୍ୟମେ ଗଣା

ଅମୂଲ୍ୟ ସମ୍ପଦ    ଭରି ଥାଏ ତହିଁ

     ଜ୍ଞାନ ପିପାସୁଙ୍କୁ ଊଣା

     କରେ ଯିଏ ଯୋଗଦାନ

ଜ୍ଞାନ ଯଜ୍ଞ ପାଇଁ   ଘୃତ ଦାନ ସମ

     ଗଣନା ପୁସ୍ତକ ଦାନ


ବହିର ମଲାଟ    ଦେଖି ନ ଭୁଲିବ 

    ନ ଯିବ ତହିଁ ପରତେ

ପଢିଲେ ଜାଣିବ   ରସ ଭରି ଅଛି

     କେଉଁ ପୁସ୍ତକରେ କେତେ

     କାଳି ଦାସ ଭବଭୁତି

ଆଦି କବି ବ୍ୟାସ  କବି କବିବର

     ସ୍ୱଭାବ କବି ବିଭୁତି


ଜ୍ଞାନ ଭଣ୍ଡାରର  ଚାବି କାଠି ସେତ

    ସଭିଙ୍କ ଭାଗ୍ୟରେ ନାହିଁ 

ବଡ ହେବା ପାଇଁ  ଇଛା କର ଯଦି

     ନିଶ୍ଚୟ ଧରିବ ବହି

     ସୃଷ୍ଟିକର୍ତ୍ତା ବଡ ବଡ

ଅନେକ ପଢନ୍ତି   ଅଳପ ଲେଖନ୍ତି 

     ସେ ପାଇଁ ଜିତନ୍ତି ଗଡ


ଲକ୍ଷେ ଗୋଦାନର  ଫଳ ନ୍ୟୁନ ହେବ

   ଗୋଟିଏ ପୁସ୍ତକ ଦାନେ

ଅନ୍ନ ଧନ ମାନ    ସବୁ ପ୍ରାପ୍ତ ହେବ

    ପୁସ୍ତକ ପଠନ ଜ୍ଞାନେ

    ଜ୍ଞାନ ବିଜ୍ଞାନ ଭଣ୍ଡାର

ଖୋଲିଯାଏ ଯଦି   ପୁସ୍ତକ ଖୋଜିବ

    ବିକଳ୍ପ ନାହିଁ ତାହାର


ବୋଉ କହିଥିଲା  ପଢିଲେ ଜାଣିବୁ

     ପୁସ୍ତକ ପଢିଲି ବାଛି

ଜ୍ଞାନ ସାଗରର  ବେଳାଭୂମି ପରେ

     ଉପଳ ଖଣ୍ଡ ଧରିଛି

     ସାରା ଜୀବନ ପଡିଛି

ଜୀବନର ଶେଷ  ମୁହୁର୍ତ୍ତ ପର୍ଯ୍ୟନ୍ତ

     ପଢିବା ସ୍ୱପ୍ନ ମୋ ଅଛି



Rate this content
Log in

Similar oriya poem from Inspirational