STORYMIRROR

Niranjan Sahu

Thriller Others

3  

Niranjan Sahu

Thriller Others

ସବୁଠାରୁ ବଡ଼ ମୁହିଁ

ସବୁଠାରୁ ବଡ଼ ମୁହିଁ

1 min
158

ଆଜିର ମଣିଷ ମିଛରେ କହୁଛି

ସବୁଠାରୁ ବଡ଼ ମୁହିଁ ।

ଯାଇଥିଲି ଦିନେ ବଜାରକୁ ମୁହିଁ

ନିଜକୁ ବିକିବି ବୋଲି

ବସି ବସି ମୁହିଁ ବାସୀ ହେଲି ସିନା

କିଏ ସେ କିଣିଲେ ନାହିଁ ।

କାକୁତି ହେଲି ମିନତି ହେଲି

ଆକୁଳ ବିକଳ ହେଲି

ଅନୁରୋଧ କଟି ସଭିଙ୍କୁ କହିଲି

ମୋତେ କିଣି ନିଅ ବୋଲି ।

ସମସ୍ତେ କହିଲେ ସବୁ ନେବୁ ସିନା

ମଣିଷ କିଣିବୁ ନାହିଁ

ମଣିଷ ହିଁ ଅଟେ ମଣିଷର ଶତ୍ରୁ

କ’ଣ କରିବୁ ନେଇ ।

ସବୁ ଅଛି ସିନା ମଣିଷଙ୍କ ପାଇଁ

ମଣିଷ କାହାର ନାହିଁ

ଆଜିର ମଣିଷ ମିଛରେ କହୁଛି

ସବୁଠାରୁ ବଡ଼ ମୁହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller