STORYMIRROR

Dharitri Das

Horror

3  

Dharitri Das

Horror

ସବୁଥିରୁ ମୋତେ ବଞ୍ଚିତକରି

ସବୁଥିରୁ ମୋତେ ବଞ୍ଚିତକରି

1 min
223

ସବୁଥିରୁ ମୋତେ ବଞ୍ଚିତ କରି

କିଲାଭ ପାଉଛ ଆହେ ଶ୍ରୀହରି।

ଯନ୍ତ୍ରଣା ଭରିଛ ହୃଦୟେ ମୋର

ତଥାପି ଜପୁଛି ନାମକୁ ତୋର।

ମନରେ ଅଶାନ୍ତି ଦେଇଛ କେତେ

ହିସାବ ରଖିଛ କି ନାହିଁ ସତେ।

ଥରୁଟିଏ ଚିନ୍ତା କର ହେ ବିଭୁ

ତାର ଅବା ମାର ଉଦ୍ଧର ଭବୁ।

ଯାହାତ ଦେଖୁଛି ତୁମରି ସବୁ

କି ଦେଇ ତୋଷିବି କହିଦେ ପ୍ରଭୁ।

ତୋହରି ଦାନ ଭକ୍ତିପୁଷ୍ପ ଦେଇ

ଶରଣ ପଶୁଛି ଶ୍ରୀପଦ ଧ୍ୟାଇ।

ବିନତି ଘେନ ଆହେ ମହାବାହୁ

ରାମ ନାମ ଗାଇ ଏ ଜୀବ ଯାଉ।

କଉସ୍ତୁଭ ପରି ଭଜିବି ତୋତେ

ଶକତି ପ୍ରଦାନ କର ହେ ମୋତେ।

ଦେବଦାସୀ କରି ରଖ ହେ ପାଶେ

ନୃତ୍ୟ କରୁଥିବି ରାତ୍ର ଦିବସେ।

ଏତିକି ସୁଦୟା କର ହେ ସାଇଁ

ତୁମରି ଋଣକୁ ଶୁଝିବା ପାଇଁ।

ଜୀବନ ବିତୁ ମୋ କଳା ଗୋସାଇଁ

ବଞ୍ଚିବି ତୋଆଗେ ହାତ ଟେକି ଦେଇ।

ଜଗନ୍ନାଥ ଦେଶେ ଜନମ ମୋର

କରିବି ପାଶେ ତୋ ଶପଥ ଘୋର।

ଡ଼ରିଯିବି ନାହିଁ ଆସିଲେ ଝଡ଼

ମୋ କଳା ଠାକୁର ମୋପାଇଁ ବଡ଼।

ତାଙ୍କରି ଆଶ୍ରାରେ ବଞ୍ଚିବି ସଦା

ନଥିବ ଜୀବନେ କୌଣସି ବାଧା।

ଦେଖିଯାଅ ତୁମେ ଥରଟେ ହରି

କିପରି ବଞ୍ଚିଛି ନାମକୁ ଧରି।

ନାମ ରୂପୀ ନାବେ ଆହୁଲା ମାରି

ବଞ୍ଚିବାକୁ ଚେଷ୍ଟା କରୁଛି ହରି।

ସବୁଥିରୁ ମୋତେ ବଂଚିତ କରି

କିଲାଭ ପାଉଛ ଆହେ ଶ୍ରୀହରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror