STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ସବୁଥିରୁ ବଞ୍ଚିତ କରି

ସବୁଥିରୁ ବଞ୍ଚିତ କରି

1 min
118

କେଉଁ ବାଟ ଆଉ ଚାଲିବି

କାହା କଥା ଆଉ ଶୁଣିବି

ସ୍ବପ୍ନ ସବୁ ଯେତେ ଚୂନା ଚୂନା ହେଲା

ଆଉ କି ସପନ ଦେଖିବି


ସ୍ୱାର୍ଥ ପାଇଁ ଏଠି ଅନ୍ଧ ହେଲେ ସର୍ବେ

ନିଜ ରକ୍ତକୁ ଲାତ ମାରନ୍ତି

ହିଂସାରେ ଲୋଭରେ ଅପରାଧୀ ହୋଇ

ଅକାଳେ ପାସୋରି ଦିଅନ୍ତି


ମୋର ପୁଅ ମୋର ଝିଅ ବୋଲି

ଜୀବନକୁ ଦେଲି ବାଜି ଲଗାଇ

ବୁଢ଼ା ହୋଇ ଯେବେ ରୋଗାକ୍ରାନ୍ତ ହେଲି

ବୃଦ୍ଧାଶ୍ରମ ମୋତେ ଦେଲେ ପଠେଇ


ମନକୁ ମୋହର କରିଛି ପଥର

ଦେହ ହେଲାଣି ମୋ ପାଷାଣ

ଆଶାର ସୁତାରେ ଝୁଲୁଛି ଜୀବନ

ଖାଲି ଅପେକ୍ଷା କେବଳ ମରଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract