ସବୁଥିରୁ ବଞ୍ଚିତ କରି
ସବୁଥିରୁ ବଞ୍ଚିତ କରି
କେଉଁ ବାଟ ଆଉ ଚାଲିବି
କାହା କଥା ଆଉ ଶୁଣିବି
ସ୍ବପ୍ନ ସବୁ ଯେତେ ଚୂନା ଚୂନା ହେଲା
ଆଉ କି ସପନ ଦେଖିବି
ସ୍ୱାର୍ଥ ପାଇଁ ଏଠି ଅନ୍ଧ ହେଲେ ସର୍ବେ
ନିଜ ରକ୍ତକୁ ଲାତ ମାରନ୍ତି
ହିଂସାରେ ଲୋଭରେ ଅପରାଧୀ ହୋଇ
ଅକାଳେ ପାସୋରି ଦିଅନ୍ତି
ମୋର ପୁଅ ମୋର ଝିଅ ବୋଲି
ଜୀବନକୁ ଦେଲି ବାଜି ଲଗାଇ
ବୁଢ଼ା ହୋଇ ଯେବେ ରୋଗାକ୍ରାନ୍ତ ହେଲି
ବୃଦ୍ଧାଶ୍ରମ ମୋତେ ଦେଲେ ପଠେଇ
ମନକୁ ମୋହର କରିଛି ପଥର
ଦେହ ହେଲାଣି ମୋ ପାଷାଣ
ଆଶାର ସୁତାରେ ଝୁଲୁଛି ଜୀବନ
ଖାଲି ଅପେକ୍ଷା କେବଳ ମରଣ
