STORYMIRROR

Ghanashyam Biswal

Classics

2  

Ghanashyam Biswal

Classics

ସବୁଥାଇ ଶ୍ରୀହୀନ

ସବୁଥାଇ ଶ୍ରୀହୀନ

1 min
122

ପ୍ରେମ ଥିଲା

ବରଷା ଵି ହସୁଥିଲା

ଗାଉଥିଲା, ମନ କିଣି

ହସି ହସାଉ ଥିଲା

ବରଷା ଛିଟାରେ ତା ଭିଜାଉଥିଲା

ଏବେ ଵି ବରଷା ଆସୁଛି

କ୍ଷତାକ୍ତ ମନରେ

ଦରଜର ଛିଟା ଦେଉଛି

ସିଏ କି ମନ ମୋ ବୁଝୁଛି

ଅଗଣାରେ ସିନା ବନ୍ୟା କରାଉଛି

ଶୁଖା ମନ କି ଓଦା ହେଉଛି


ପ୍ରେମ ଥିଲା

ଫଗୁଣ ଆସୁଥିଲା

ହସି ଖିଲି ଖିଲି

ସାତ ରଙ୍ଗ ନେଇ

ରଙ୍ଗେଇ ଦେଉଥିଲା

ଦେହ, ମନ ଆଉ ଜୀବନ

ଖୁସିରେ ନାଚୁଥିଲା

ମୋ ସୁନା ମନ

ଦେଖି ହଜାରେ ରଙ୍ଗିଲା ସପନ

ଏବେ ଵି ଆସୁଛି ଫଗୁଣ

ଫିକା ଫିକା ଲାଗେ ଜୀବନ

ବିରହ ଜୀବନେ

ପ୍ରତାରଣା ରଙ୍ଗ

ଲୁହ ସରିଯାଏ ନୟନେ

ବେରଙ୍ଗୀ ଜୀବନ

ଯାଯାବର ସାଜି

ଆଶା ଅଛି ପ୍ରେମ ଫେରିବ ଦିନେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics