Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Mr.GAGAN BIHARI NAYAK

Romance

2  

Mr.GAGAN BIHARI NAYAK

Romance

ସବୁତ ତମ ପାଇଁ

ସବୁତ ତମ ପାଇଁ

1 min
6



   ତମେ ଅଛ ବୋଲି

   କବିତା ଲେଖେ ମୁଁ

  ମନେ ଭାରି ସରାଗରେ-

ତମ ପାଇଁ ଖୋଜେ ଫୁଲ ଫଗୁଣଟେ ।

ନିସ୍ବ ଏଇ ହୃଦୟରେ ॥୦॥


ତମେ ନ ଥିଲେକି ଚାନ୍ଦର ଜୋଛନା

  ଦେଇ ଥାନ୍ତା ଶୀତଳତା ।

ତମ ବିନା ତାରା ଫୁଲ ଓଠ ହସ

  ମାପୁଥାନ୍ତା ନିରବତା ।।

ଦ୍ବିତୀୟା ଜହ୍ନର ହସ ମୁଁ ଦେଖୁଛି

   ଲାଜମିଶା ଓଠ ଧାରେ ।।୧।।


ଆଖିରେ ତମର ସ୍ବପ୍ନର କଜଳ

  କବରୀରେ ଫୁଲ ବାସ ।

ଚିବୁକର କଳାଜାଈ କହିଦିଏ

   ସୁନ୍ଦରରେ କେତେ ଦିଶ ।

ଦ୍ବି'ଗୁଣ ବଢାଏ ତମମୁହଁ ଶୋଭା

  ଅଙ୍ଗଭଙ୍ଗୀ ଶୁଷମାରେ ।।୨।।


ତମକୁ ନେଇ କବିତାରେ ଲେଖେ

  ରଂଗ ଭରା ସ୍ବପ୍ନ ରାତି ।

ଭରଶା କରିଛି ଆର ଜନମକୁ

   ମିଳିବ ତମରି ସାଥି ।

କମନୀୟ ରୂପ ନିରେଖି ଲେଖନ୍ତି

 କାଟି ରାତି ଉଜାଗରେ ।।୩॥




Rate this content
Log in

Similar oriya poem from Romance