STORYMIRROR

Ajit Kumar Raut

Tragedy Inspirational

3  

Ajit Kumar Raut

Tragedy Inspirational

ସବୁତ ଭିଆଣ ତୋର

ସବୁତ ଭିଆଣ ତୋର

1 min
199


ଯାହା ବି ଦେଖୁଛ ଚରାଚର ଧାମେ

ସବୁ ତ ଭିଆଣ ତାଙ୍କ,

ପୂର୍ବ କର୍ମଫଳେ ରଚନା କରନ୍ତି 

ଅପୂର୍ବ ଲୀଳା ହିଁ ତାଙ୍କ।୧।


ଧର୍ମ ଫଳେ ପ୍ରଭୁ ରଚନା କରନ୍ତି

ଶ୍ରେଷ୍ଠ କାରିଗର ସିଏ,

କର୍ମ ରୂପେ ଜନ ଜନ୍ମନ୍ତି ମହୀରେ

ବିଶ୍ବକର୍ମା ମଧ୍ୟ ସିଏ।୨।


ଜନ୍ମକାଳୁ ଦେଖ ସାମଲ ବାବୁଙ୍କୁ

କିଛି ଦେଖି ନାହିଁ ଭବେ

ଅକର୍ମଣ୍ୟ ସିଏ ବିକଳାଙ୍ଗ ସିଏ

ଅସ୍ତିତ୍ୱ ନାହିଁଟି ଭବେ।୩।


ବାପା ମାଆ ତାର ଅତ୍ୟନ୍ତ ସରଳ

ସେବୁଛନ୍ତି ତାକୁ ନିତ୍ୟେ,

ଦେଶର ପ୍ରଧାନ ଅତିହିଁ ମହାନ

ସାହାଯ୍ୟ କରନ୍ତୁ ନିତ୍ୟେ।୪।


ପେନସନ ମଧ୍ୟ ବ୍ୟବସ୍ଥା କରନ୍ତି

ସାମଲ ବାବୁଙ୍କ ପାଇଁ,

ଖୁସିରେ ଅଛନ୍ତି ସାମଲ ବାବୁ ସେ

ଦୁଃଖ ନାହିଁ ତାର ପାଇଁ।୫।


ଯାହା ବି ଦେଖୁଛ ଚରାଚର ଧାମେ

ସବୁ ତ ଭିଆଣ ତାଙ୍କ,

ପୂର୍ବ କର୍ମଫଳେ ରଚନା କରନ୍ତି

ଅପୂର୍ବ ଲୀଳା ହିଁ ତାଙ୍କ    




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy