STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ସବୁରି ହୃଦୟେ ତ୍ରିରଙ୍ଗା ଛବି

ସବୁରି ହୃଦୟେ ତ୍ରିରଙ୍ଗା ଛବି

1 min
357


କି ଯୋଗେ ପାହିଛି ରଜନୀ ଆଜି

ପୂରୁବ ଦିଗ ରେ ଉଁଇଁଛି ରବି

ପ୍ରତି ଘରେ ଘରେ ସାଜେ ତ୍ରିରଙ୍ଗା

ତିନୋଟି ରଙ୍ଗ ରେ ହୋଇଛି ସଜା।

ତ୍ରିରଙ୍ଗା ଆମର ଗର୍ବ ଗୌରବ

ବଢ଼ାଇଛି ଆମ ଯଶ ବିଭବ

ଚଉଦିଗ ନାନା ଫୁଲ ରେ ସଜା

ଉଡ଼ାଇ ଦିଅ ରେ ତ୍ରିରଙ୍ଗା ଧ୍ଵଜା।

ଏ ତ୍ରିରଙ୍ଗା ଆମ ଜାତି ସଂପତ୍ତି

ହଟାଇ ଦେଇଛି ସବୁ ବିପତି

ସିଏ ପରା ଆମ ଦେଶର ରଜା

ଆମେ ଯେ ସକଳେ ତାହାର ପ୍ରଜା।

ରଖିବା ସଭିଏଁ ଟେକ ତାହାର

ତ୍ରିରଙ୍ଗା ଅମୂଲ୍ୟ ରତ୍ନ ଆମ୍ଭର

ଉଡ଼ାଇବା ଆସ ତ୍ରିରଙ୍ଗା ଧୂଜା

ବଜାଇ ଆନନ୍ଦେ ତେଲିଙ୍ଗି ବାଜା।

ତ୍ରିରଙ୍ଗା ଆମର ଜାତୀୟ ଧ୍ଵଜା

ତ୍ରିରଙ୍ଗା ଆମର ଜାତି ର ରଜା।



Rate this content
Log in

Similar oriya poem from Inspirational