STORYMIRROR

Suchismita Behera

Action Inspirational Children

3  

Suchismita Behera

Action Inspirational Children

ସବୁଜରୁ ମାଟିଆ

ସବୁଜରୁ ମାଟିଆ

1 min
206


ଉଚ୍ଚ କୋଟିର ସବୁଜ ସୁନ୍ଦର ଆଭୁଷଣକୁ

ବିନାଶ କରି ନେଇଆସୁଛି ଭୁପୃଷ୍ଠକୁ

ଗଢି ତୋଳା ହୋଇଥିବା ସୌନ୍ଦର୍ଯ୍ୟର ଗନ୍ତାଘର 

ଭାଙ୍ଗି ଯାଉଛି ଆଜି, କରି ପରସ୍ପର ସହ କୋଳାହଳ ।


ଆଧୁନିକ ଯୁଗର ଆଧୁନିକତା ସାଥେ

ତାଳ ମିଳାଇବାର ମାନସିକତା ପଥେ

ମାନବିକତାକୁ ହରାଇ ବସିଛି ମନୁଷ୍ଯ 

କରୁଛି ପ୍ରକୃତରେ ପ୍ରକୃତିକୁ ତାଚ୍ଛଲ୍ୟ ।


ଯେମିତି ଜଳ ବିହୀନେ ସର୍ବନାଶ 

ସେମିତି ବୃକ୍ଷ ବିହୀନେ ଜୀବ ନାଶ

ପ୍ରକୃତିର ପରାମର୍ଶ ବିନା, ନେଇ ନିଷ୍ଠୁର ପଦକ୍ଷେପ 

ହରାଉଛି ପରସ୍ପରର ନିବିଡ ସମ୍ପର୍କ ।


ସମୟକ୍ରମେ,

ବଦଳିଲା ରଂଗ ତାର ସବୁଜରୁ ମାଟିଆ

କାଲି ଛିଡାହେଲା ଗଛ ଆଜି ତଳେ ଶୋଇଲା

ତା' ସାଙ୍ଗକୁ ହାନି ହେଲା ବନ୍ୟଜନ୍ତୁ ଜୀବନ

ବୀନା କାରଣରେ ବନ୍ଧା ପଡିଗଲେ ଆଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action