ସବୁଜିମା ଆମ ଧାନ କ୍ଷେତ
ସବୁଜିମା ଆମ ଧାନ କ୍ଷେତ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ପବନ ଧାଇଁଚି ଧାନ ବିଲରେ,
ସବୁଜ ଫସଲ କ୍ଷେତେ ଲହରେ।
ମୌସୁମୀ ବରଷା ଆକାଶୁ ଝରେ,
ଚାଷୀ ତା'ଉପରେ ଭରସା କରେ।
ଝଡି ବରଷା କୁ ନକରି ଭୟ,
ଚାଷ କାମ କରେ ହୋଇ ଅଥୟ।
ହଳ ଲଙ୍ଗଳ କୁ ସାଥୀରେ ଧରି,
ବିଲ କାମ କରେ ଯତନ କରି।
ଧରଣୀ ପିନ୍ଧେ ସବୁଜ ବସନ,
ସବୁରି ପାଇଁ ଯୋଗାଏ ଅଶନ।
ଶୀତଳ ପରଶେ ଧରଣୀ ହସେ,
ସବୁଜିମା ରଙ୍ଗେ ପ୍ରକୃତି ଦିଶେ।