ସବୁଜ ବଳୟ ବିନା
ସବୁଜ ବଳୟ ବିନା
କଣ୍ଡୁରୀ ଚରଣ ରାଉତ
*********************
ସଭ୍ୟ ସମାଜର ପ୍ରଥମ ଶିକାର
ହୋଇଛି ଘଞ୍ଚ ଜଙ୍ଗଲ
ବିବର୍ଣ୍ଣ ପାଣ୍ଡୁର ଦିଶୁଅଛି ଧରା
ମିଳୁନାହିଁ ଫଳଫୁଲ ।
ପାଦପସମୂହ ବକଳ ବିହୀନ
ଖଣ୍ଡିଆ ଖାବରା ହୋଇ
ପରାସ୍ତ ସୈନିକ ପରି ଶୋଇଛନ୍ତି
କଦାକାର ତନୁ ନେଇ ।
ମଣିଷସମାଜ ବୃକ୍ଷଲତା ପାଇଁ
ସାଜିଛି ଦାନବ ଆଜି
ସୌଜନ୍ୟରୁ ତା'ର ନିଘଞ୍ଚ ଜଙ୍ଗଲ
ସତ୍ତା ଯାଇଅଛି ହଜି ।
ବନିଅା ମରୁଡି ଝଡଝଞ୍ଜା ଦେଖି
ମଣିଷ ହତ ଚକିତ
ସବୁଜ ବଳୟ ବିନା କେ କରିବ
ବିପର୍ଯ୍ଯୟ ପ୍ରତିହତ ।
ନ ହେଲେ ବରଷା ଉଡିଯିବ ହଂସା
ପ୍ରାଣୀଜଗତର ଭାଇ
ନିଜେ ବଞ୍ଚିବାକୁ ଗଛଟେ ଲଗାଇ
ବଞ୍ଚାଇ ରଖିବା ମହୀ ।
***
ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍,
ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର
ମୋ.୯୯୩୭୯୮୨୮୪୬