Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sahadev Behera

Fantasy

2  

Sahadev Behera

Fantasy

ସ୍ବପ୍ନର ପରୀ

ସ୍ବପ୍ନର ପରୀ

1 min
213


ମୋ ସ୍ବପ୍ନର ପରୀ ନେଇ ଯାଅ ଥରେ 

ତମ ରାଇଜକୁ ବୁଲାଇ 

ମୋ ସାଙ୍ଗ ମେଳରେ ଭଲ ଲାଗୁ ନାହିଁ 

ଏଠାରେ ରହିବା ପାଇଁ ll 1


ମାଆ ଗାଳି ଦିଏ ବିପା ଗାଳିଦିଏ

ଖେଳିବାକୁ ଯେବେ ଯାଏ 

ଫୁଲ ବଗିଚାରେ ଫୁଲ ଛିଡାଇଲେ

ମାଡଟା ପିଠିରେ ଖାଏ ll 2


ମାଆ ବ୍ୟସ୍ଥ ରହେ ରୋଷେଇ କାମରେ 

 ବାପା ଅଫିସ କାମରେ 

 ସାଙ୍ଗ ମୋ ଖେଳନ୍ତି ମୋବାଇଲ୍ ଧରି 

 କେହି ନ ଖେଳେ ସଙ୍ଗରେ ll3

 

 ଜହ୍ନ ରାଇଜରେ ରହିବାକୁ ମୋର 

 ଘରଟିଏ ଦିଅ ତୋଳି 

 ବୁଲିବି ଖେଳିବି ନଥିବଟି ଭୟ

 ହସୁଥିବି ମାରି ତାଳି ll 4

 

 ଅଳିଆ ଗନ୍ଧରେ ରହି ହେଉ ନାହିଁ

 ସବୁଆଡେ ଆବର୍ଜନା 

 ତୋ କୋଳ ଦିଶୁଛି କେତେ ଯେ ସୁନ୍ଦର 

 ସତେ ଏକ ରୂପା ଗିନା ll 5


Rate this content
Log in