ସ୍ବପ୍ନ
ସ୍ବପ୍ନ
ସ୍ବପ୍ନ ଭଳି ସବୁ କିଛି
ମିଥ୍ୟା ଲାଗେ ବେଳେ ବେଳେ
ସ୍ବପ୍ନ ଦେଖିବା ପାପ ନୁହେଁ
ଯାଯାବର ବି ସ୍ବପ୍ନ ଦେଖେ
ଜହ୍ନ ହସିବ ତା କୁଡ଼ିଆ ଫାଙ୍କରେ
ସ୍ବପ୍ନ କିଏ ନ ଦେଖେ
ସ୍ବପ୍ନ ଦେଖିବା ପାପ ନୁହେଁ
କିନ୍ତୁ ସ୍ୱର୍ଗ ଗଢ଼ିବାର ସ୍ବପ୍ନ ଯଦି
ଅଧା ରହିଯାଏ
ସେତିକିବେଳେ ହିଁ
ସବୁ କିଛି ଅଧୁରା ଲାଗେ
ଝଡ ଆସେ ଜୀବନରେ
ତୋଫାନ ବି ଆସେ
କିନ୍ତୁ ସ୍ବପ୍ନ ସରେନି ।
