STORYMIRROR

Dr. Rajib Lochan Panigrahy

Action Fantasy

4  

Dr. Rajib Lochan Panigrahy

Action Fantasy

ସ୍ବପ୍ନ

ସ୍ବପ୍ନ

1 min
375

କିଏ ବା ଦେଖିନି

ସବୁ ମଣିଷ ଦେଖିଛି

କେତେ କେତେ ସ୍ବପ୍ନ

କେବେ ଚେଇଁ ଶୋଇଥାଇ

କେବେ ନିଘୋଡ଼ ନିଦରେ

କେବେ ବିନା ନିଦରେ

ଅନେଇ ଅନେଇ

ଭାବନା ରାଇଜରେ |

ସ୍ବପ୍ନ କେବେ ଦେଖେ

ନିଝୁମ ରାତିରେ

ଅମା ଅନ୍ଧକାର

ଅମାବାସ୍ୟା ରାତିରେ 

କେବେ ମିଞ୍ଜି ମିଞ୍ଜି

ଲଣ୍ଠନ ଆଲୁଅରେ

କେବେ ପୁଣି

ପୂର୍ଣମୀ ଜହ୍ନ ଆଲୁଅରେ |

ସ୍ବପ୍ନ କେବେ

ମଣିଷକୁ ଲାଗେ ଭଲ

ହୋଇଥିଲେ ସ୍ୱପ୍ନରେ

ରାଜ କୁମାର ଅବା

ପ୍ରିୟାର ପ୍ରେମିକା

ମତୁଆଲା ଘୋଡା ସମ

ଉନ୍ମାଦନା ଭରା

ରାଜ କୁମାର |

 ସ୍ବପ୍ନ କେବେ

କରିଦିଏ ଦେବଦାସ

ପୁଣି କେବେ

ଦେଖାଏ ରାଜ ଉଆସ

କେବେ କରେ ଉଦାସ

କାହା ର ବଢିଛି ଦୁଃଖ |

କେବେ ସ୍ବପ୍ନ

ଭାଙ୍ଗିଦିଏ ନିଜ ବାଲିଘର

କରିଦିଏ ନିସ୍ଵ

ପୁଣି ଉଡାଏ ଆକାଶେ କେବେ

ହୋଇ ଦେବ ଦୂତ

କାରଣ ନା ତାର ସ୍ବପ୍ନ |

ସ୍ବପ୍ନ ଦେଖନ୍ତି ଅନେକ

ଅନାୟାସେ ପାଇବାକୁ

ରାଜାର ସୁଖ

ମନ୍ତ୍ରୀର ପଦ

ସେନାପତି ର ଓଜ

ଛଡାଇ ନେବାକୁ

ଅନ୍ୟର କାହାର

ପଦ ଓ ସମ୍ପଦ |

ଅନେକ ଦେଖନ୍ତି ସ୍ବପ୍ନ

ଛଡାଇ ନେବାକୁ

କାହାର ସୁଖ ସମ୍ପଦ

ଅବା କାହା ପ୍ରେମ

କାହା ଜୀବନର ସୁଖ |

ଏ ସବୁ ଦିବା ସ୍ବପ୍ନ

ଦିନେ ହେବ ଭଙ୍ଗୁର

ସ୍ବପ୍ନ ସଦା ଦେଖ

କରିବାକୁ କାହା ଉପକାର

ଦେବାକୁ ସୁଖ ସମ୍ପଦ

ଅସୁବିଧାରେ ଥିବା

ମଣିଷ କି ପଶୁ ପକ୍ଷୀର |

କାୟ ମନ ବାକ୍ୟରେ

ଦେଖିଲେ ସ୍ବପ୍ନ

ଜିଣିବାକୁ ଅନ୍ୟର ହୃଦୟ

ଦେବାକୁ ସ୍ନେହ ପ୍ରେମ

ଅସହାୟ ର ସାହାଯ୍ୟ

ନିଘୋଡ଼ ନିଦରେ ହେଲେ

ଦେଖୁଥିବା ସ୍ବପ୍ନ

ଦିଏ ରାଜାର ସୁଖ

କରେ ମନକୁ ସମୃଦ୍ଧ |

କର ଭଲ ହୁଅ ଭଲ

କର ଜ୍ଞାନ ଆହରଣ

ନିଶ୍ଚୟ ଦିଶିବ ସ୍ବପ୍ନ

ଅନ୍ୟର ହୃଦୟ ଜିତିବାର

କଲେ ପୂଜା ଉପବାସ

ପଢିଲେ ପୋଥି ପୁରାଣ

ନିଦ୍ରା ଗଲେ ଦିଶେ

ମନ୍ଦିର ପୂଜା ସ୍ଥଳ ଅବା

ହେଳେ ମିଳିବେ ଭଗବାନ |

ହେ ମଣିଷ ସମାଜ

ଦୁନିଆର ଶ୍ରେଷ୍ଠ ଯିବ

କାହାକୁ ନ କରି ହୀନ

ସ୍ବପ୍ନ ଦେଖ

କରିବାକୁ ଏମିତି କାମ 

ଅନ୍ୟର ହୃଦୟେ

ତୁମ ପ୍ରତି ନ ଥିବ ସଂଶୟ

ତୁମେ ସଭିଙ୍କ ହୃଦୟେ

ହେବ ରାଜ ପୁତ୍ର |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action