STORYMIRROR

Debadatta Jena

Abstract Romance Thriller

3  

Debadatta Jena

Abstract Romance Thriller

ସ୍ବପ୍ନ ସିନ୍ଧୁ

ସ୍ବପ୍ନ ସିନ୍ଧୁ

1 min
214


ଇନ୍ଦ୍ରଧନୁ.. 

ଯାଇଛ ତ ସେଇ ଦିନୁ, 

ତୁମ ବିନୁ ନିଝୁମ ଆକାଶ 

ଆଉ ଝରୁନ ତ ସେଇ ଦିନୁ, 

ସାଜୁ ନାଇଁ ଏଇ ଆକାଶର ଧନୁ, 

ତୁମ ବିହୁନେ ନୀଳିମା ଅଶାନ୍ତ, 

ଦେଖୁନି ସପନ ସେ ତୁମ ବିନୁ, 

ତୁମେ ତ ନୀଳ ଗଗନର ସୁନେଲି 

ସନ୍ଧ୍ୟା, ଅସରନ୍ତି ସ୍ବପ୍ନ ସିନ୍ଧୁ.. !

ମେଘ ଡମ୍ବରୁ..

ତୁମେ ଶ୍ରାବଣର ଝରା ବିନ୍ଦୁ, 

ଶ୍ରାବଣ ଶୋଇଛି ଗହଳ ନିଦରେ, 

ବାହୁନି ଝରଣା,ଝରୁନି ବରଷା ତ 

ଝୁରୁଛି ତୁମକୁ ସେ ବହୁ ଦିନୁ, 

ତୁମ ଦେହ ଝରା ଶେଫାଳିର ତନୁ, 

ଫେରିବ ତୁମେ କି ଏଇ ଆଷାଢ଼, 

ଶ୍ରାବଣେ,ସାଜି ମେଘ ଡମ୍ବରୁ ବିଧୁ, 

ସାଜିକି ସାଧବର ନବ ବଧୂ..!

ସାଧବ ବୋହୂ..

ତୁମେ ସାଧବର ନୂଆ ବୋହୂ, 

ସାଧବ ଯାଇଛି ସାଗର ସେପାରି 

ଝୁରୁଛି ବରଷା ଯେ ତୁମ ବିନୁ, 

ଜାଭା ଓ ସୁମାତ୍ରା ରହିଛି ଅନାଇ 

ତୁମେ ବୋଇତ ବନ୍ଦିବା ଦିନୁ, 

ତୁମେ ଆସିବ ତ ଆକାଶର ଇନ୍ଦୁ, 

ବର୍ଣ୍ଣ ବିଭା ତୁମେ ଅସରନ୍ତି ବର୍ଣ୍ଣ 

ତୁମେ ସାଜିଲେ ତ ଇନ୍ଦ୍ରଧନୁ..!


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract