STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Abstract

2  

ପ୍ରିୟଦର୍ଶିନୀ ମହାନ୍ତି

Abstract

ସ୍ବପ୍ନ ରାଜ୍ୟ

ସ୍ବପ୍ନ ରାଜ୍ୟ

1 min
3.3K

ମୋ ସ୍ବପ୍ନ ରାଜ୍ୟର ମୁଁ ଯେ ନାୟିକା

ନାୟକଟି ନିରୁଦ୍ଧିଷ୍ଟ,

ତଥାପି କାହିଁକି ଖୋଜି ଖୋଜି ତାକୁ

ପାଏ ଖାଲି ଯାହା କଷ୍ଟ


କେମିତି ଭୁଲିବି ଅଭୁଲା ଅତୀତ

ଚାହିଁଲେ ବି ଭୁଲି ପାରେନା,

ତୁମେ ଛାଡ଼ିଗଲ ଯେଉଁଠାରେ ମୋତେ

ଆଗକୁ ମୁଁ ଯାଇପାରେନା


ଆଲିଙ୍ଗନ ପାଇଁ 'ବର୍ତ୍ତମାନ' ଚାହେଁ

ନୁହେଁ ମୁଁ ଯମା ସକ୍ଷମ,

ତୁମ ବିନା ଲାଗେ ଫିକା ଫିକା ସବୁ

ତୁମ ବିନା ମୁଁ ଯେ ଅକ୍ଷମ


ହୃଦୟେ ବେଦନା ଦେଇ ଚାଲିଗଲ

ଆଖିରେ ଭରି ମୋ ସପନ,

ଭବିଷ୍ୟତ ଘନ ଅନ୍ଧକାର ମଧ୍ୟେ 

ବିତେଇବି ମୋ ବାକି ଦିନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract