Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Anita Jena

Abstract Inspirational

3  

Anita Jena

Abstract Inspirational

ସ୍ବପ୍ନ ମୋର

ସ୍ବପ୍ନ ମୋର

1 min
171


ସ୍ବପ୍ନ ମୋର ଖୋଜେ

   ଖୋଲା ଆକାଶ,

ଉଡିବାକୁ ଇଚ୍ଛା ମନେ

    ଭରି ବିଶ୍ବାସ ।


ସଫଳତାର ଆକାଶରେ

   ଉଡିବାକୁ ଚାହେଁ,

ସ୍ବପ୍ନ ମୋ ଜୀବନର ଲକ୍ଷ୍ୟ

  ମନ ର ଭ୍ରମ ନୁହେଁ ।


ଆଖିରେ ଆଖିଏ ସ୍ବପ୍ନ ଭରି

  ଜୀବନ ନୌକରେ ଅଛି ମୁଁ ବସି,

କାତ ରୂପୀ ବିଶ୍ବାସକୁ କରି ଦୃଢ

  ନୌକା ମୋ ଯାଉଛି ଭାସି ।


ଇଚ୍ଛା ଶକ୍ତି ଥିଲେ

   ସମୟ ବି ଯାଏ ହାରି,

ଅଧ୍ୟବସାୟ ବଳରେ

  ଅସମ୍ଭବ ଶବ୍ଦ ବି ଯାଏ ଡରି ।


କଠିନ ପରିଶ୍ରମ କରି

   ହେବି ମୁଁ ସଫଳ,

ଶ୍ରେଷ୍ଠ ମଣିଷରେ ହେବି ଦିନେ ଗଣା

  ନୁହେଁ ମୁଁ ଦୁର୍ବଳ ।


ଛୁଁଇବାକୁ ସଫଳତାର ସିଡି

  ଆସେ ବହୁ ପ୍ରତିବନ୍ଧକ,

ଧର୍ଯ୍ୟ ର ସହ ବଢ଼ିବି ଆଗକୁ

  ଦୂର କରି ମନୁ ଭୟ ।


ସ୍ବପ୍ନ ମୋର ହେବ ଦିନେ ସତ

   ବିଶ୍ବାସ ମୋ ଯିବ ଜିତି,

କଠୋର ସାଧନା ବଳରେ

  ଜୀବନୁ ଅନ୍ଧାର ହୋଇବ କ୍ଷିତି ।


Rate this content
Log in

More oriya poem from Anita Jena

Similar oriya poem from Abstract