STORYMIRROR

Amit Bal

Romance Inspirational

2  

Amit Bal

Romance Inspirational

ସ୍ବପ୍ନ ବିଭୋର ରାତି

ସ୍ବପ୍ନ ବିଭୋର ରାତି

1 min
133

ଏବେବି ମୋ ସ୍ବପ୍ନରେ ଆସେ‌ ସେ ଛପି ଛପି

     ମୋତେ ସ୍ବପ୍ନ ବିଭୋର କରି ଦେବା ପାଇଁ

ସ୍ମୃତି ସବୁ ଛଳ ଛଳ ହୁଏ ମନ ମଧ୍ୟରେ

         ତା' କଥା ଝୁରି ମୁଁ ରାତି ଦିଏ ପାହି,


ମୋତେ ଜହ୍ନ ରାତି ଭାରି ଭଲ ଲାଗେ

       ଛଟପଟ ଆକାଶର କୋଳାହଳ ସଙ୍ଗେ

ଅଳ୍ପ ଅଳ୍ପ ମେଘର ଦୀର୍ଘ ନିଶ୍ଵାସ ରେ

          ମୃଦୁ ମଳୟ ର କାଉଁରୀ ସ୍ପର୍ଶରେ ,


ସେ ବି ସେଇ ଜ୍ୟୋତ୍ସ୍ନା ରାତିର ଅତିଥି

   ତା ଆଖିରେ ମୋ ସ୍ବପ୍ନସବୁ ଅଧାଗଢ଼ା ଯେମିତି

ରାତିର ସେ ରୂପ ଆଗରୁ ମୁଁ ଦେଖିନଥିଲି

 ତାକୁ ଚିହ୍ନିବା ଆଗରୁ କେଜାଣି ଜିଇଁଥିଲି କେମିତି,


ହଁ ହୋଇପାରେ ଭିନ୍ନ ଏକ ଖିଆଲି ଦୁନିଆରେ

  ଯେଉଁଠି ମତୁଆଲା ହେଉଥିଲା ରାତି ଧିରେ ଧିରେ

ସ୍ବପ୍ନ ବିଭୋର କରି ଦେବାକୁ ସାରା ଦୁନିଆ କୁ

    ପର୍ଦ୍ଦା ନ ପଡିବି ଯାଏ ଭାବନାର ରଙ୍ଗ ମଞ୍ଚରେ ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance