STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ସ୍ବୀକାର-ଅସ୍ବୀକାର

ସ୍ବୀକାର-ଅସ୍ବୀକାର

1 min
188


ହେ ଈଶ୍ୱର!

ଯଦି ତୁମ ଦରବାରେ

ସଚ୍ଚୋଟତାର ପ୍ରତିଦାନ ଶଠତା 

ଜୀବନର ପ୍ରତିଦାନ ଯନ୍ତ୍ରଣା 

ଭଲ ପାଇବାର ପ୍ରତିଦାନ ପ୍ରତାରଣା 

ତେବେ ଆଜିଠୁ ତୁମ ସତ୍ତାକୁ 

ମୁଁ କରୁଛି ଅସ୍ୱୀକାର 

ଚିରକାଳ ଅସ୍ୱୀକାର!! 


ହେ ଈଶ୍ୱର! 

ମୋ ସାଥେ ସଦା 

ଖେଳି ଆସିଅଛ ଲୁଚକାଳି ଖେଳ, 

ମୋ ପ୍ରାଣ ତମକୁ ଧିକ୍କାରେ

ସହସ୍ରବାର ଶତ ସହସ୍ରବାର 

ତୁମ ସତ୍ତାକୁ ମୁଁ କରୁଛି ଅସ୍ୱୀକାର 

ଚିରକାଳ ଅସ୍ୱୀକାର!! 

  

ହେ ଈଶ୍ୱର! 

ତୁମ ନିଷ୍ଠୁର ପାଷାଣ ହୃଦୟ ନିକଟେ 

ମୋ ଅବୋଧ ମନର 

ଚପଳତା ଯାଇଅଛି ହାରି 

ତୁମ ନିର୍ଦ୍ଦୟ ସ୍ଵଭାବେ 

ତୁମ ପ୍ରତି ଥିବା ଆସ୍ଥା

ଓ ବିଶ୍ୱାସ ଯାଇଅଛି ସରି!! 


ତୁମ ବିଶ୍ୱାସଘାତକତାରେ

ମୋ ଅନ୍ତରାତ୍ମା 

ଯାଇଅଛି ମରି, 

ବାର - ବାର, ବାରମ୍ବାର 

ମୋ ପ୍ରାଣ ଧିକାରେ ତୁମକୁ 

ଅସଂଖ୍ୟ ବାର 

ତୁମ ସତ୍ତାକୁ 

ମୁଁ କରୁଛି ଅସ୍ୱୀକାର 

ତ୍ରିବାର ଚିରକାଳ ଅସ୍ୱୀକାର!!




Rate this content
Log in

Similar oriya poem from Inspirational