ସଭ୍ୟତା, ହରାଇଛି ମହାନତା, ଅନୁଶୀଳନ
ସଭ୍ୟତା, ହରାଇଛି ମହାନତା, ଅନୁଶୀଳନ
ବୈଷୟିକ, ଶାରୀରିକ ଓ ମାନସିକ
ଜ୍ଞାନ ନୀତି ନୈତିକତା
ସମାଜ ଭିତରେ, ସବୁର ସମ୍ମିଶ୍ରଣକୁ
କୁହା ଯାଏ ତ ସଭ୍ୟତା |
ମଣିଷର ଭାବନାରେ ତ୍ୟାଗ ଆଉ
ଆତ୍ମ ସଂଯମତା
ଥିଲେ ବଡ ହୋଇଛି ଯେ କୌଣସି
ସମାଜର ସଭ୍ୟତା |
ଭାରତୀୟ ବିଶ୍ବକୁ ବସୁଧୈବ କୁଟୁମ୍ବ
ବୋଲି କହୁଥିଲେ
ସମୟ ଥିଲା ଅମୃତସ୍ୟ ପୁତ୍ରାଃ ର ଧ୍ବଜା
ଉଡାଉ ଥିଲେ |
ପରୋପକାରାୟ ସ୍ୱର୍ଗାୟ ଭାବନା ଥିଲା
ଭାରତୀୟ ସଭ୍ୟତାରେ
ଅତିଥିଦେବୋ ଭବ ର ବାଣୀ ଆଦର୍ଶ
ଥିଲା ମଣିଷ ମନରେ |
ମାନବର ସର୍ବାଙ୍ଗୀନ ବିକାଶ ଓ ଉନ୍ନତି
ସାଧନର ଲକ୍ଷ୍ୟ ଥିଲା
ଭାରତୀୟ ସଭ୍ୟତା ଏକ ମହାନ୍ ବୋଲି
ତାର ଡାକ ରହିଥିଲା |
ନିଜେ ନିଜର କଥାକୁ ଟେକି ଆଭିଜାତ୍ୟର
ସଂଗୀତ ଗାନ କରିଲେ
ସମ୍ଭ୍ରାନ୍ତପଣିଆ ମନୋଭାବ ସମାଜକୁ ନେବନି
ଶୀର୍ଷତାକୁ କେବେ ହେଲେ |
ଜ୍ଞାନ ନୀତି ନୈତିକତା ଆହରଣ କରିବାକୁ
ଶିକ୍ଷା ବୋଲି କୁହାଯାଏ
ସେ ଶିକ୍ଷା ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ର ହେଉ
ସୀମା ସରହଦ ନଥାଏ |
ଆପେ ବଞ୍ଚିଲେ ବାପର ନାଆଁଁ ଚିନ୍ତାଧାରା
ହୋଇଛି ଆଜି ମୂଳାଧାର
କେଉଁ କାରଣ ପାଇଁ ଏ ଜାତି ହରାଇଛି ତାର
ମହାନତା, ଅନ୍ବେଷଣ କର |
ଯେଉଁ ସମାଜର ମଣିଷ କେବଳ କ୍ରିୟାଶୀଳ
ହୁଏ ମିଥ୍ୟା ସ୍ବାର୍ଥ ଆଉ ଲୋଭ ଦ୍ୱାରା
ସେ ସମାଜର ଉନ୍ନତି ଅସମ୍ଭବ, ସମୟ ଆସିଛି
ନିଜକୁ ସଜାଡିବା ଅନୁଶୀଳନ ଦ୍ୱାରା ।
