STORYMIRROR

Ghanashyam Biswal

Abstract

3  

Ghanashyam Biswal

Abstract

ସଭିଏଁ ସମାନ

ସଭିଏଁ ସମାନ

1 min
369

ଅନେକରେ ଏକ ଅଟେ ମୋ ଭାରତ

ଛୋଟ ବଡ଼ ଏଠି ବିଚାର ନାହିଁ

ସୁଖରେ ଶାନ୍ତିରେ ଖୁସିରେ ରୁହନ୍ତି

ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ଭାଇ


ସଭିଏଁ ତାଙ୍କର ପରବ ମାନନ୍ତି

ନୂଆ ନୂଆ ବେଶ ରଙ୍ଗକୁ ନେଇ

ବିଚିତ୍ର ମୋ ଦେଶ ଅଟେ ମୋ ଭାରତ

ତା ପରି କେହି ତ ଜଗତେ ନାହିଁ


ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଗୁଜୁରାଟୀ

ମରାଠୀ, ତେଲୁଗୁ କନ୍ନଡ଼ ଭାଷା

ବୋଲନ୍ତି ଆଉ ଯେ କେତେ କେତେ କଥା

ଯେତେ ରାଇଜକୁ ସେତୋଟି ଭାଷା


ଗଙ୍ଗା, ଯମୁନାକୁ କ୍ରିଷ୍ଣା ଗୋଦାବରୀ

ବୁହନ୍ତି ହରଷେ ମୋ ମାଆ କୋଳେ

ହିମାଳୟ ଗିରି ଆକାଶକୁ ଛୁଏଁ

ଏତେ ସବୁ କଥା ଖାଲି ଭାରତେ ମିଳେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract