STORYMIRROR

Prabhanjana Tripathy

Abstract

2  

Prabhanjana Tripathy

Abstract

ସଭିଏଁ ସମାନ

ସଭିଏଁ ସମାନ

1 min
166

ନଇଁ ଗଲେ ମଥା ଛୋଟ ହେବା ନାହିଁ

ଲୁଆଇଁ କହିବା କଥା

ଆମେ ଆମ ପାଇଁ କବିତା ଲେଖୁଛୁ

ଶବ୍ଦ ସହ ସଂଯୋଜତା


ଗଦ୍ୟରେ ବି ରହେ ଉନ୍ନତ ଚିନ୍ତା

ଗଦ୍ୟରେ ବି ଅଛି ଭାବ

ଗଦ୍ୟ ପଦ୍ୟ ସଭିଏଁ ସମାନ

ସେହି ସମ୍ମାନ ହିଁ ଥିବ


ଉତ୍କଳ ମାଟି ଉନ୍ନତ ଭାଷା

ଉନ୍ନତ କବି ଗ୍ରନ୍ଥ କାର

ନାହିଁ କାହାଠାରେ କାହାପ୍ରତି ଘୃଣା

ନାହିଁ କାହାଠାରେ କପଟ /କା'ର


ଗଦ୍ୟ ପଢିଲେ ମିଳେ ସେହି ଶବ୍ଦ

ପଦ୍ୟ ପଢ଼ିଲେ ମିଳେ

ସଭିଏଁ ଏକ ଶବ୍ଦ ନାୟକ

ଏହି ଅକ୍ଷରର ତାଳେ


ମା ବାଗ୍ଦେବୀ କରନ୍ତି କରୁଣା

ଅହଂକାର ଦୂର କଲେ

ଆଜି ତାଙ୍କ ପୂଜା ସକଳେ କର

ହୃଦୟ ସଙ୍ଗତ ମେଳେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract