Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anam Charan Sahoo

Inspirational

5.0  

Anam Charan Sahoo

Inspirational

ସ୍ବଚ୍ଛ

ସ୍ବଚ୍ଛ

1 min
394


ସ୍ବଚ୍ଛ ସ୍ବଚ୍ଛ ସ୍ବଚ୍ଛ ସବୁ ଅଟେ ତୁଚ୍ଛ

ସ୍ବଚ୍ଛ ନୁହେଁ ଆମ ମନ

ସ୍ବଚ୍ଛ ହେବ ଦେଶ ଦେଖିବ ଏ ବିଶ୍ବ

ଆସିବ କେବେ ସୁଦିନ !

ଜାତୀୟ ଚରିତ୍ର ଅଟେ କି ବିଚିତ୍ର

ସଭିଙ୍କର ସ୍ବାର୍ଥ ଚିନ୍ତା

ଧନ ସୁଖ ପାଇଁ ପଛ ଘୁଞ୍ଚା ନାହିଁ

ପାଲଟନ୍ତି ନରହନ୍ତା ।

ଗୁପତ ଦଲିଲ କିଏ କରେ ମୂଲ

ବିଦେଶୀ ଅଇରୀ ସଙ୍ଗେ

ଦେଶ ମାତୃକାର ସୁରକ୍ଷା ବିପନ୍ନ

ଖେଳୁ ଏଠି ନାନାରଙ୍ଗେ ।

ରାଜଗାଦି ପାଇଁ ମିଠା କଥା କହି

ଝଗଡା ଭିଆଣ ନିତି

ଦଙ୍ଗା ସଂରକ୍ଷଣ ରାଜନୀତି ବାଣ

ଏହା କେଉଁ ଦେଶ ପ୍ରୀତି ?

ସ୍ବଚ୍ଛ କର ମନ ଜାହ୍ନବୀ ସମାନ

ହୋଇବ କଲ୍ଯାଣକାରୀ

ଦେଶ ମାତୃକାର କର ଉପକାର

ସ୍ବାର୍ଥ ଚିନ୍ତା ପରିହରି ।


Rate this content
Log in

Similar oriya poem from Inspirational