STORYMIRROR

SUKANTA KHANDA

Abstract Others

4  

SUKANTA KHANDA

Abstract Others

ସ୍ବାର୍ଥରେ ସମ୍ପର୍କ

ସ୍ବାର୍ଥରେ ସମ୍ପର୍କ

1 min
243


ରକ୍ତର ସମ୍ପର୍କ ହୁଗୁଳା ହେଲାଣି

   ଆଜି ଏ ମର୍ତ୍ତ୍ଯରପୁରେ

ସ୍ବାର୍ଥର ସମ୍ପର୍କ ଚାରିଆଡେ଼ ଦେଖ

   ସଦା ଆଖିଠାର ମାରେ।୧


ବାପା ବୁଝେନାହିଁ ଝିଅ କିଏ ତାର

   ଝିଅ ବୁଝେନାହିଁ ବାପା

ମାଆ ବୁଝେନାହିଁ ସମ୍ପର୍କର ଡୋର

   ଶହେରୁ ଷାଠିଏ ଖପ୍ପା।୨


ମାଆ ବୁଝେନାହିଁ ଝିଅର ସଂସାର

   ସଦା ଭଲ ରହିବାକୁ

ବାପା ବୁଝେନାହିଁ ପୁଅର ଭବିଷ୍ଯ

   ଉଜ୍ଜଳମୟ ହେବାକୁ।୩


ଭାଇ ଭଉଣୀଙ୍କ ସମ୍ପର୍କଟା ତିକ୍ତ

   ବଡ଼ ହୋଇଗଲେ ଦୁହେଁ

ପୈତୃକ ସମ୍ପତ୍ତି ହାତେଇବା ପାଇଁ

   ହତ୍ଯା ବି କରିବା ଚାହେଁ।୪


ପଡୋ଼ଶୀଙ୍କ ସହ ଛାଇ ମଡା଼ମଡି଼

   ଆଜିକାଲି ହେଉନାହିଁ

ନିଆଁ ଆଉ ପାଣି ଦିଆନିଆ ଭାବ

   ଲୋପ ହୋଇଗଲା କାହିଁ?୫


ଗାଁ' ଲୋକଙ୍କର ସହିତ ମିଶିବା

   କେତେ ବା ହେଉଛି ଆଜି

ସହର ସଭ୍ଯତା ପ୍ରବେଶିବା ଯୋଗୁଁ

   ଗ୍ରାମ୍ଯ ସଂସ୍କୃତିଟି ଭାଜି।୬


ଆଉ ଗାଆଁ ଦାଣ୍ଡେ ବାଗୁଡି଼ ଅଥବା

   ବୋହୂଚୋରି ଖେଳ ନାହିଁ

ସ୍ବାର୍ଥର ହାଟଟା ଦିଶେ ଚହଚହ

   ଘରେ ବସ ଫୋନ ଚାହିଁ।୭


ସମ୍ପର୍କର ଡୋର ସ୍ବାର୍ଥରେ ନିହିତ

   ସେ ପାଇଁ ଗ୍ରାମ୍ଯ ସଂସ୍କୃତି

ଘର ପରିବାରେ କନ୍ଦଳ ଚାଲୁଛି

   ପ୍ରତିକ୍ଷଣ ମନ ଭିତି।୮


କେହି ଆଜିକାଲି ସାହାଯ୍ଯ କରିବା

   ସ୍ବାର୍ଥରେ ହେଉନି ଯମା

ସ୍ବାର୍ଥଥିବ ଯଦି ଉପରେ ପଡି଼କି

   ଦେଇପାରେ ଗାଲେ ଚୁମା।୯


ବଡ଼ ମାୟା ଏହି ସଂସାର ହାଟଟା

   କିଏ ସେ ବୁଝିଛ କୁହ

ମୋର ମନ ଆଜି କାନ୍ଦୁଅଛି ସଦା

   ଭାବିଲେ ବହୁଛି ଲୁହ।୧୦

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract