Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Others

4  

Chittaranjan Nanda

Inspirational Others

ସ୍ବାର୍ଥ ସର୍ବସ୍ବ ମାନସିକତା

ସ୍ବାର୍ଥ ସର୍ବସ୍ବ ମାନସିକତା

1 min
251



ପାଶବିକ ମାନସିକତା ଯାହାର,

ସ୍ବାର୍ଥ ସର୍ବସ୍ବ ମାନସିକତା ଯାର,

ଥାଏ ଅହଂକାର ସେ ଅହଂକାରୀର 

"ମୁଁ" ସର୍ବସ୍ବ ତାର ଅଟେ ବେଭାର ।


ଭଦ୍ରମୁଖାର ଖୋଳପାରେ,

ଲୋକ ଦେଖାଣିଆ କାମ କରେ

କଳୁଷତା ଥାଏ ମନର ଭିତରେ

ସର୍ବ ବର୍ବରୋଚିତ କାଣ୍ଡ କରେ ।


ବଡ଼ ବଡ଼ କଥା କୁହା ମଣିଷ 

ଯେତେକ ଅଛନ୍ତି,

ଗରଳ ଥାଇ ହୃଦୟ ମଧ୍ୟରେ, 

ମଧୁର ବଚନ କହନ୍ତି,

ଶବ୍ଦକୋଷ ଖୋଜି ମନଲୋଭା 

ସ୍ୱର ଗୁଞ୍ଜିଥାନ୍ତି,

ଜନ ସାଧାରଶ ସମ୍ମୁଖରେ 

ଡ୍ରାମାବାଜି କରିଥାନ୍ତି ।


ଲୋକଙ୍କ ଭାବନା ରାଇଜେ କେତେ 

ପ୍ରହେଳିକା ଵିଛାନ୍ତି,

ରାଜା ହେବାର ନିଶାରେ ସମସ୍ତ 

ବିଷକୁ ଵୁଣନ୍ତି,

ସମୟର ଲେଉଟାଣି ପରେ ଏପରି

ତଳକୁ ପଡନ୍ତି,

ନିସ୍ତରିବା ପାଇଁ ବିଭୁକୃପା ଖୋଜି ମଧ୍ୟ  

ପାଆନ୍ତିନି ପୁଣି ଉଠିବାକୁ ଶକ୍ତି ।


Rate this content
Log in

Similar oriya poem from Inspirational