STORYMIRROR

SARATA KUMAR DAS

Abstract

2  

SARATA KUMAR DAS

Abstract

ସ୍ବାମୀ ବିବେକାନନ୍ଦ

ସ୍ବାମୀ ବିବେକାନନ୍ଦ

1 min
165

ଭାରତ ମାଟିରେ ଜନମି ଥିଲେ ସେ

    ନରେନ୍ ନାମଟି ତାଙ୍କ ,

ଗୁଣ ଜ୍ଞାନ ବଳେ ଜଗତ ଜିଣିଲେ 

   ରଖିଲେ ଜାତିର ଟେକ


ଅଠର ଶହ ତେଏଷଠି ମସିହା

   ଜାନୁୟାରୀ ବାର ଜାଣ,

କଲିକତା ଠାରେ ଜନମ ହୋଇଲେ

   କିଣିଲେ ସଭିଙ୍କ ମନ


ବାପା ବିଶ୍ବନାଥ ମା' ଭୁବନେଶ୍ବରୀ

  ଦେଇଥିଲେ ନୀତି ଶିକ୍ଷା, 

ସନ୍ଥ ରାମକୃଷ୍ଣ ହେଲେ ଗୁରୁ ତାଙ୍କ

  ଦେଲେ ତାଙ୍କୁ ମହା ଦୀକ୍ଷା


ଦେଶ ଦେଶ ବୁଲି ବୁଝାଇ କହିଲେ

   ସେନହ ପୀରତି କଥା,

'ଭୁଲିଯିବା ଆମେ ସବୁ ଭେଦ ଭାବ

   ଦେବା ନାହିଁ ମନେ ବ୍ୟଥା '


ଦୂର କରିବାକୁ ହିଂସା ଓ କପଟ

  କାନେ କାନେ କହୁଥିଲେ,

ଭାଇଚାରା ଭାବ ଅମୂଲ ମୂଲ ଯେ

  ମନରେ ସେ ଭରିଥିଲେ


ଯୁବକମାନଙ୍କୁ ଦେଲେ ସେ ଭରସା

  ଦେଶ ଗଠନର ପାଇଁ, 

ସାହାସୀ ହେବାକୁ ଦେଲେ ଯେ ମନ୍ତର 

  'ନିଦ ଭାଙ୍ଗି ଉଠ ଚେଇଁ'


ପହଂଚିଲେ ଯାଇଁ ଚିକାଗୋ ସହରେ

   ଦେଶ ଆମେରିକା ଜାଣ,

ହିନ୍ଦୁ ଧରମର ମହତ ବାଣୀକୁ

   ଭାଷଣେ କହିଲେ ପୁଣ


ଆମେରିକାବାସୀ 'ଭଉଣୀ ଓ ଭାଇ'

   କହିଲେ ସେ ହରଷରେ,

ଧର୍ମ ସମ୍ମିଳନୀ ଉଛୁଳି ପଡିଲା

   କରତାଳି ପ୍ରଶଂସାରେ


ଯଶ ଗଉରବ ବଢିଲା ଜଗତେ

   ମାନ ସନମାନ ପୁଣି,

ସବୁରି କଣ୍ଠରେ ଜୟ ଜୟ କାର

   ଏ ମାଟିର ନାଆଁ ଶୁଣି


ମହାବୀର ସେ' ଯେ ବିଶ୍ବ ବିଜୟୀ

  ସ୍ବାମୀଜୀ ବିବେକାନନ୍ଦ, 

ଆସ ଆସ ପିଲେ କରିବା ପ୍ରଣାମ 

  ଲଭିବା କେତେ ଆନନ୍ଦ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract