STORYMIRROR

Sangita Mishra Satapathy

Inspirational

4  

Sangita Mishra Satapathy

Inspirational

ସ୍ବାଗତମ ଅନ୍ ଲାଇନ୍ କବିତା ଆସର

ସ୍ବାଗତମ ଅନ୍ ଲାଇନ୍ କବିତା ଆସର

1 min
715

     

ବନରମଲ୍ଲୀ ବନେ ଝଡି ନଯାଉ 

ଏଇ ପ୍ରୟାସରେ ନିଇତି ଥାଉ।

ଭାଷା ଭାରତୀର ଆରଧନାରେ

ମଗନ ଥାଉ ତୁ ସବୁ ବେଳରେ ।

ନୂଆ ପ୍ରତିଭାଙ୍କୁ ଖୋଜି କି ଆଣୁ

କବି ପରିଚୟ, ପ୍ରେରଣା ଦେଉ।

ସୃଜନଶୀଳତା ସୃଷ୍ଟି ସମ୍ଭାର

ଗୁନ୍ଥି କରିଥାଉ କବିତା ଆସର।

କେତେ ଚିହ୍ନାମୁହଁ ଏକାଠି ଦିଶେ

ସଂପର୍କ ର ନୂଆ ସେତୁ ଟେ ବସେ

ବଦଳି ଗଲା ତ ସମୟ ଚକ

ଆସି ପହଞ୍ଚିଲା କରୋନା କାଳ

ସେକାଳୁ ଅନ୍ ଲାଇନ୍ ଆସର

ଚିହ୍ନା ଅଚିହ୍ନା ଦୂର କି ପାଖ

କେତେ ଜ୍ଞାନୀ ଗୁଣୀ ସର୍ବେ ଏକତ୍ର ଦୂରାଭାଷ ପରଦାରେ ମୁଖଟି ଦିଶେ।

ବିତିଯାଏ ବେଳ ମିଳଇ ଖୁସି

କବିତା ପାଠ ଓ ଭାଷା ଚର୍ଚ୍ଚା ଏଇଠି

ନୂଆ ସମୟ ର ନୂଆ ଆହ୍ବାନ 

 ଅନ୍ ଲାଇନ୍ କବିତା ଆସର

   ସ୍ବାଗତମ୍ ଶ୍ରେଷ୍ଠ ମାଧ୍ୟମର।।



Rate this content
Log in

Similar oriya poem from Inspirational