ସ୍ବାଗତ ହେ ନବ ବର୍ଷ
ସ୍ବାଗତ ହେ ନବ ବର୍ଷ
ସ୍ଵାଗତ ହେ ନବ ବର୍ଷ ଦୁଇ ହଜାର ଚବିଶ
ଅତିଥି ହୋଇ ଶୁଭ ତିଥିରେ ଆସ
ନାଆଁ ନେଇ ତୁମେ ନୂଆ ବରଷ
ମନଛୁଆଁ ଆକର୍ଷଣୀୟ ତୁମ ପ୍ରୀତିର ହସ
ମନେ ଭରି ଦିଏ ଆନନ୍ଦ ଉଲ୍ଲାସ
ଆବେଗେ ସ୍ପନ୍ଦିତ ହୁଏ ହୃଦୟ ଦେଶ
ସ୍ବାଗତ ହେ ନବ ବର୍ଷ ଦୁଇ ହଜାର ଚବିଶ
ଝରି ପଡ଼ୁ ପ୍ରାଣରୁ ପ୍ରୀତିର ପୀୟୂଷ
ଦିଅ ତୁମେ ମହତ ଲକ୍ଷ୍ୟର ଶୁଭ ସନ୍ଦେଶ
ଚିନ୍ତା ଚେତନା ହେଉ ମଧୁର ସରସ
ଆଶା ଆକାଂକ୍ଷା କରିବାକୁ ପରିପ୍ରକାଶ
ସ୍ଵଚ୍ଛ ସୁନ୍ଦର ଲାଗେ ପରିମଳ ପରିବେଶ
ସ୍ବାଗତ ହେ ନବ ବର୍ଷ ଦୁଇ ହଜାର ଚବିଶ
ମନୋରଞ୍ଜନ କାର୍ଯ୍ୟକ୍ରମର ଦିବସ
ଭୋଜି ଭାତ ନାଚ ଗୀତ ହୁଏ ବିଶେଷ
ଭାତୃଭାବ ବନ୍ଧୁମିଳନେ ଆସେ ସନ୍ତୋଷ
ଅଭିନନ୍ଦନର ସୁଅ ଛୁଟେ ଅଶେଷ
ଦିଆହୁଏ ହାର୍ଦ୍ଦିକ ଶୁଭେଚ୍ଛା ଓ ଆଶିଷ
ସ୍ଵାଗତ ହେ ନବ ବର୍ଷ ଦୁଇ ହଜାର ଚବିଶ
ତୁମେ ଆସ ବୋଲି ହୃଦେ ଜାଗେ ବିଶ୍ଵାସ
ସଂକଳ୍ପ କରେ ମନ ପ୍ରତିଭା କରିବାକୁ ବିକାଶ
ତିକ୍ତତା ଭୁଲି ଜିଇଁବାକୁ କରେ ସାଲିସ
ନୂଆ ଉତ୍ସାହ ଉଦ୍ଦୀପନାର ଆସେ ସାହସ
ସ୍ବାଭାବିକ ଜୀବନଧାରା ଚଳାଇବାକୁ କ୍ରମଶଃ
ସ୍ବାଗତ ହେ ନବ ବର୍ଷ ଦୁଇ ହଜାର ଚବିଶ
ପବିତ୍ର ନିର୍ମଳ କର ମନ ହେ ନବ ବରଷ
ଦୂର ହେଉ ଜୀବନର ଯେତେ ଦୁଃଖ କ୍ଳେଶ
ସାରା ସଂସାର ପାଉ ଶାନ୍ତିର ପରଶ
ଅମାନୁଷିକତାର ହେଉ ସମୂଳେ ନାଶ
ସତ୍ୟ ପଥେ ସଭ୍ୟତାର ଘଟୁ କ୍ରମବିକାଶ
ସ୍ଵାଗତ ହେ ନବ ବର୍ଷ ଦୁଇ ହଜାର ଚବିଶ...।।
