STORYMIRROR

Sujata Pati

Inspirational

4  

Sujata Pati

Inspirational

ସ୍ବାଧୀନତା

ସ୍ବାଧୀନତା

1 min
255


ସ୍ବାଧୀନତା ଦିବସ ଅବସର ରେ

     ସାରା ଦେଶ ଆଜି ଚଳ ଚଞ୍ଚଳ

  କରୋନା ପ୍ରଭାବ ରହିଛି ନିଶ୍ଚିତ

    ହେଲେ ବାର୍ତ୍ତା ଆସୁଛି ମାଳ ମାଳ ।


 ସେହି ସଂଘର୍ଷ ର ଦୁଃଖଦ କାହାଣୀ

    ଆମେ ପଢିଥିଲେ ଇତିହାସ ରେ

 ନା ଦେଖିଥିଲେ ନା ଅଙ୍ଗେ ନିଭାଇଥିଲେ

   ନା ଜନ୍ମ ନେଇଥିଲେ ଧରାପୃଷ୍ଠ ରେ ।


କେତେ ବେତମାଡ,ଗୁଳିମାଡ,ରକ୍ତପାତରେ 

  ଜୀବନ କଟୁଥିଲା କାରାବାସ ରେ

ଦେଶ ଭକ୍ତମାନେ ଇଂରେଜ ଭୟରେ

  ଲୁଚି ରହୁଥିଲେ ଘୋର ଜଙ୍ଗଲରେ ।


କେତେ ସଂଘର୍ଷରେ ଦେଶ ସ୍ବାଧୀନ ହେଲା 

  ଧନ୍ଯ ସେହି ବୀର ଯୋଦ୍ଧାମାନେ

ଦେଶର ଜନତା ଏକ ହୋଇଥିଲେ

 କେମିତି ହଟିବେ ଇଂରେଜ ମାନେ ।


ରକ୍ତର ଜବାବ ରକ୍ତରେ ନ ଦେଇ

  ବାପୁ କରିଥିଲେ ଅହିଂସା ନୀତି

ସେ ନୀତି ବଳରେ ତିଷ୍ଠି ପାରିଲେନି

  ଦେଶ ଛାଡିଦେଲେ ଫିରିଙ୍ଗି ଜାତି।


ସେହି ମହାନ୍ ଆତ୍ମାଙ୍କ ସମ୍ମାନ ପାଇଁ

   ଆମେ ଆଜି ହେଉ ନତ ମସ୍ତକ

ସେହି ମହାତ୍ମାଙ୍କ ପ୍ରଚେଷ୍ଟା ବଳରେ

  ଆମେ ହୋଇଗଲୁ ପରାଧୀନ ମୁକ୍ତ।


ବର୍ଷ ପରେ ବର୍ଷ ବିତି ଚାଲିଥିବ

   ଯେବେ ଆସିଯିବ ଏହି ଦିବସ

କେବେ ଭୂଲିବାନି ଅବଦାନ ତାଂକ

  ଯିଏ ଦେଇଛନ୍ତି ଆମ ମୂହଁରେ ହସ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational