ସ୍ବାଧୀନତା
ସ୍ବାଧୀନତା
ଆମେ ସ୍ବାଧୀନତା କୁ ହିଁ ଭଲପାଉ
କାରଣ ସ୍ଵାଧୀନତା ହିଁ ଆମର ପ୍ରକୃତି
କୈ।ଣସି ସ୍ବତନ୍ତ୍ରତା,ନିୟନ୍ତ୍ରକୁ ପସନ୍ଦ କରେନି
ହେଲେ ବନ୍ଧନ କେମିତି?
କ୍ରନ୍ଦନ କରେ ଶିଶୁ ଟିଏ ଆବଶ୍ୟକତା କୁ ନେଇ
ମୁହଁ ରେ ଆହ।ରଦିଏ ଅଚିହ୍ନା ଜଣେ
କଲବଲ କରି ଅନାଏ ଅଚିହ୍ନା ମୁହଁ କୁ
ଏକ ଶୀତଳ ସ୍ପର୍ଶ ରେ ତାର ଆୟତ୍ତ ହୁଏ ସ୍ବତଃ
ଅନ୍ତରର ପରିମିତ ଝଡ
ମୁହଁ ନ ଖୋଲି ବି ଭାବ ବିନିମୟ କରେ
ନିଜକୁ ଖୋଜିଲା ବେଳକୁ ପାଉ ମାତୃ ବନ୍ଧନରେ
ହାତ ପାହୁଣୁ ନ ପାହୁଣୁ
ମନ ଖୋଜେ ସ୍ବାଧୀନତା
ଏକଲା ବୁଲିବାର ଖେଳିବାର
ବାପା ହାତ ଛାଡି ଚାଲିବାର ମାନସିକତା
ସମୟ ଆସେ,ଅନବରତ ଗଡିଚାଲେ
ପୁଣି ବାନ୍ଧି ହୋଇଯାଏ କାହା ସହିତ
ପୁରଣ କରିବାକୁ ପଡେ ସବୁ ଆବଶ୍ୟକତା
ମୁକୁଳିବାକୁ ଚେଷ୍ଟା କରେ ବନ୍ଧନରୁ
ହେଲେ ମିଳେନି ସ୍ବାଧୀନତା,
ସନ୍ତୁଳିତ ହୁଏ ଜୀବନ ପରାଧୀନତାରେ ।
