STORYMIRROR

Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

ସ୍ବାଧୀନତା

ସ୍ବାଧୀନତା

1 min
289


ସ୍ୱଚ୍ଛନ୍ଦତା ଜନ୍ମଗତ ଅଧିକାର ଜୀବନର

ମୁକ୍ତିପଥ ସ୍ବାଧୀନତା ସୁଲଭ ବ୍ଯବସ୍ଥା

ଲୋଡେ ସଦା ବିଧିବଦ୍ଧ ପ୍ରଯତ୍ନ ସତତ

ସୁକର୍ତ୍ତବ୍ଯବୋଧ ଆଉ ସୁସ୍ଥ କର୍ମନିଷ୍ଠା ।


ଆହରିତ କୌଶଳ ବିଦ୍ଯା ପ୍ରଶିକ୍ଷଣ ଜ୍ଞାନ 

ଚଳାଇବା ସ୍ବଆୟତ୍ତେ ସାବଧାନ ଯାନ

ଯାତ୍ରା ହେବ ସୁରକ୍ଷିତ ଲକ୍ଷ୍ଯ ସୁନିଶ୍ଚିତ 

ସୁସଂହତି ସମନ୍ବୟ ଲୋଡା ସମ୍ବିଧାନ ।


ଦାରିଦ୍ର୍ଯ ଅଶିକ୍ଷା ହିଂସା ପ୍ରତିବନ୍ଧ ବାଧା

ସ୍ବାଧୀନତା ପ୍ରଗତିର ପଥେ ଯେତେ ଗାଢ

ଦକ୍ଷତା ଅଭାବ ବଢେ ଜୀବନ ଯନ୍ତ୍ରଣା

ହୁଗୁଳଇ ଅଖଚକ ଦୁର୍ଘଟଣା ଭୟ ଦୁର୍ବିସହ।


ବଢେ କୂଟ କପଟତା ଅନୀତି ଅନ୍ଯାୟ

ବ୍ଯଭୀଚାର ପ୍ରପୀଡିତ ଅବଳା ଦୁର୍ବଳା

ବିଳମ୍ବିତ ହୁଏ ନ୍ଯାୟ କ୍ଷମତାର ମାୟାଜାଲେ

ସାଧାରଣ ସହ୍ଯକରେ ପୀଡନର ଜ୍ବାଳା ।


ହୁଏ ନାହିଁ ଫଳପ୍ରଦ କଲ୍ଯାଣ ଯୋଜନା

ମୃଗତୃଷ୍ଣା ସ୍ବାଧୀନତା ଲାଗେ ଦିବାସ୍ୱପ୍ନ 

ସ୍ବାଧୀନତା ଧୂଆଁବାଣ କେବଳ ଭାଷଣ ନୁହେଁ

ସ୍ବାଧୀନତା ସଙ୍କଳ୍ପନା ସତ୍ଯ ଅର୍ଥପୂର୍ଣ୍ଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy