Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.Siddheswar Behera

Inspirational Children

4  

Mr.Siddheswar Behera

Inspirational Children

ସ୍ବାଧୀନତା ଅମୂଲ୍ୟ ସମ୍ପଦ

ସ୍ବାଧୀନତା ଅମୂଲ୍ୟ ସମ୍ପଦ

1 min
45


ଦେଶ ଜାତିର ଗର୍ବ ଗୌରବର ପ୍ରତୀକ

ଆମ ଏଇ ସ୍ୱାଧୀନତା ଦିବସ ।

ପ୍ରଧାନ ଜାତୀୟ ଉତ୍ସବ ଭାରତବର୍ଷର 

ଖୁସିରେ ସର୍ବେ ପାଳିବା ଆସ ।।


ନିଜ ନିଜ ମଧ୍ୟେ ସାମାଜିକ ଦୂରତା ରଖି 

କରିବା ପତାକା ଉତ୍ତୋଳନ ।

ସରକାରଙ୍କ କରୋନା ନିୟମ ମନେରଖି

ଗାଇବା ଜନଗଣ ମନ………...


ମନେ ପକାଇବା ସେହି ସମସ୍ତ ବୀର 

ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ।

ନେତାଜୀଙ୍କର ଆଜାଦ ହିନ୍ଦ ଫୌଜ

ଗାନ୍ଧିଜୀଙ୍କ ଅହିଂସା ନୀତିକୁ ।।


ନେତାଜୀଙ୍କ ଚରମପନ୍ଥୀ ହେଉ ଅବା 

ବାପୁଜୀଙ୍କ ଅହିଂସା ନୀତି ।

ସବୁ ସଂଗ୍ରାମୀଙ୍କ ମୂଳ ଲକ୍ଷ୍ୟ ଥିଲା 

ଦେଶର ସ୍ୱାଧୀନତା ପ୍ରାପ୍ତି ।।


ସ୍ୱାଧୀନତା ସଭିଙ୍କ ଜନ୍ମଗତ ଅଧିକାର 

ଏହାକୁ କେ କରିପାରିବେନି ଦୂର ।

ସ୍ୱାଧୀନତା ଅଟେ ଜାତିର ଅମୂଲ୍ୟ ସମ୍ପଦ 

ଉତ୍ସବ ପାଳି କରିବା ସୁରକ୍ଷା ତାର ।।


ଦେଶର ସ୍ୱାଧୀନତା ବଜାୟ ରଖିବା 

ଅଟଇ ସଭିଙ୍କ କର୍ତ୍ତବ୍ୟ ।

ଦେଶ ଅଖଣ୍ଡତା ବିଭିନ୍ନତା ମଧ୍ୟେ ଏକତା

ଏ ତ ଭାରତର ପରିଚୟ ।।



Rate this content
Log in

Similar oriya poem from Inspirational