STORYMIRROR

SUDARSHAN GILI

Abstract

2  

SUDARSHAN GILI

Abstract

ସୈତାନ

ସୈତାନ

1 min
97

ଆଜି କାଲି କାହିଁ କେଜାଣି 

ସୈତାନ ମାନେ ରାସ୍ତା ରେ ବୁଲୁଛନ୍ତି

ଲୋକ ମାନଂକୁ ଦେଖିଲେ 

ସାଲୁଟ ମାରୁଛନ୍ତି


ସେ ସୈତାନ ଆଉ କେହି ନୁହେଁ 

ଛଳନାତ୍ମକ ନେତା, ମନ୍ତ୍ରୀ

ଅଭିନୟରେ କରେ ସେ ଲୋକଙ୍କୁ ମୋହିତ 

ବିଜୟ ର ଟୀକା ପିନ୍ଧିବା ପାଇଁ


ସୈତାନ ଆଜି ବିଜୟ ର ଟୀକା ପିନ୍ଧିଛି 

ଲୋକଙ୍କ ରକ୍ତ କୁ ଛାଣି ପିଉଛି

ଅର୍ଥ ଥିଲେ କାମ କରୁଛି 

ନହଲେ ବାବୁ ତୁ କିଏ କହୁଛି


ଅର୍ଥ ସୈତାନ କୁ ଗିଳି ନେଇଛି 

ସୈତାନ ଆଜି ନିରୀହ ଲୋକ

 ବେକରେ ଛିଡା ହଉଛି

ଇଲେକ୍ସନ ଆସିଲେ 

ଗାଁ କୁ ଧଉଛି


ବାବୁ, କକା କହି 

ଗୋଡ ତଳେ ଲମ୍ବରେ ପଡି ଯାଉଛି

ଇଲେକ୍ସନ ସରିଲେ 

ପୁଣି ସପୁଆ ଗାତରେ ପଶି ଯାଉଛି 

ଏହା କଣ ସୈତାନ ଠିକି କରୁଛି


ଇଲେକ୍ସନ ହେବା ର ତିନି ମାସ ଗତି କରି ଯାଇଛି 

କାହିଁ କେଜାଣି ସୈତାନ ମାନେ 

ଆଉ ରାସ୍ତା ରେ ନଜର ଆସୁନାହାନ୍ତି

ନିରୀହ ଲୋକ ତାର ଦାବି ପାଇଁ 

ସୈତାନ ଘରେ ନିଜକୁ ବିକୁଛି  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract