STORYMIRROR

Prasanta kumar Hota

Inspirational

2.0  

Prasanta kumar Hota

Inspirational

ସୈନିକଙ୍କ ପାଇଁ

ସୈନିକଙ୍କ ପାଇଁ

1 min
26.7K



ଦଇନିକ ଯିଏ ଦୌବାରିକ ହୁଏ

ସୈନିକ ସିଏ ଆମର

ତତପର ଥାଏ କରମରେ ସଦା

ଦମ୍ଭ ସେ ଦେଶବାସୀର


ଜାଗରିତ ପୁଣି ସୁରକ୍ଷା ସ୍ଵାର୍ଥରେ

ହିତକାରି ସିଏ ସଦା

ଦେଶ ପ୍ରୀତି ତାର ଅଙ୍ଗେ ଅଙ୍ଗେ ଥାଏ

ବିସ୍ମରଣି ବୀରବ୍ୟଥା


ବୈରୀ ପାଇଁ ତାର ବଳ ଅପର୍ଯ୍ୟାପ୍ତ

ଶେଷ ରକ୍ତ ବିନ୍ଦୁ ଯାଏ

ଯୁଦ୍ଧ ପାଇଁ ଯେବେ ପ୍ରସ୍ତୁତି ପ୍ରସବେ

ନିର୍ଭୟେ ଶାଣିତ ହୁଏ


କର୍ମ ନିରାମୟ ହୁଏ ତା ଆଶ୍ରୟ

ଧର୍ମ ଭୂମି ତାର ବକ୍ଷେ

ଲହୁ ଲୁହାଣରେ ଭାଙ୍ଗି ପଡେନାହିଁ

ମାତୃଭୂମି ମାନ ରଖେ


ରକତ ରଞ୍ଜିତ ସମର ସଜ୍ଜିତ

ମୃତ୍ୟୁ ପାଇଁ ନାହିଁ ଶୋକ

ଅଲକ୍ଷ ଲକ୍ଷରେ ଜୀବନ ଯାହାର

ହେଉଥାଏ ପରାଗତ


ଦେଶରକ୍ଷା ତାର ଜୀବନର ପଣ

ନେଉଥାଏ ଦୀକ୍ଷା ଦର୍ପେ

ମାତୃଭୂମି ପାଇଁ ମମତା ଚିତ୍କାରେ

ଶତୃ ସୈନ୍ୟ ପାଇଁ କୋପେ


ଈଜ୍ଜତର ପାଇଁ ସଜ୍ଜିତ ଥାଏସେ

ଦିନ ରାତି ସୀମା ପାଖେ

ବର୍ବର ହୁଅନ୍ତି ଖର୍ବର କରିଲେ

ଖର୍ପର କାଢିବା ଲକ୍ଷେ


କର୍ତ୍ତବ୍ୟରେ ରତ ସୈନ୍ୟ ଯେତେ ବ୍ୟାପ୍ତ

ସଜାଗେ ଉଜାଗେ ରହି

ଭୁଲିଯାଏ ପ୍ରୀତି ପରିବାର ଶୃତି

ମାତୃଭୂମି ରକ୍ଷା ପାଇଁ


ଜୀବନ ଜର୍ଜ୍ଜିତ ସପନୁ ବଞ୍ଚିତ

ସ୍ନେହ ହୁଏ ଲୋଲୁପିତ

ବନବାସ ଯାର ନିତ୍ୟ ପାରାବାର

ଖରା ବର୍ଷା ରାତି ଶୀତ


ଯାଠାରେ ସଂସାର ସୁଖର ସାଗର

ଦେଶବାସୀ ପରିଜନ

ହେ ବୀର ସୈନିକ ମାତୃଭୂମି ପାଇଁ

ଶତେକ ଶତ ନମନ


ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya poem from Inspirational