Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract Others

4  

Sukadev Mahanta

Abstract Others

ସାୟନ୍ତନ

ସାୟନ୍ତନ

1 min
203


ବେଳ ଆସି ରତ ରତ 

     ସାନ୍ଧ୍ୟ ବାୟୁ ବହିଲା

 ଚକ୍ରବାଳ ଦେହେ ରବି 

     ଥକା ମାରି ବସିଲା ।


କର୍ମଜୀବି କର୍ମ କ୍ଷେତ୍ର 

     ଗୃହ କଥା ଭାବିଲା 

ତର ତର ହୋଇ ସିଏ 

   ଗୃହ ମୁଖେ ଚଳିଲା ।

 

ପ୍ରିୟ ପରିଜନ ଘରେ

       ଚାହିଁ ବସିଥିବେ 

ଫେରିବା ବାଟକୁ ତା'ର 

     ନିରେଖି ଫେରୁଥିବେ ।


ମିଳିବ ସନ୍ତାନେ ତା'ର

       ପିତା ପରିବାର

ପତି ପତ୍ନୀ ସାକ୍ଷାତର

         ଆନନ୍ଦ ଅପାର ।


ପିଲାମାନେ ଛୁଟି ପରେ

         ଖେଳରୁ ଫେରନ୍ତି 

ପକ୍ଷୀଗଣ ଉଡି ଉଡି

      ନିଡେ ଫେରୁଥା'ନ୍ତି ।


 ଆକାଶର ଉଡୁଥିବା 

         ପକ୍ଷୀଙ୍କର ସଜ୍ଜା 

ଗାଆଁମୁଣ୍ଡ  ବରଗଛେ

       କାକଳିର ମଜା ।


ଗୋଷ୍ଠଫେରା ଗାଈ ଦାଣ୍ଡେ

           ଧୂଳିକୁ  ଉଡାଇ

ଗୁହାଳେ ଫେରନ୍ତି ଗାଈ 

            ହମ୍ବା ରଡି ଦେଇ ।


ତୁଳସୀ ଚଉରା ମୂଳେ

          କୁଳ ଭୂଆସୁଣୀ 

ସଞ୍ଜବତୀ ଜାଳିଦିଏ 

          ଭକତିରେ ଆଣି ।


ମାଛିଅନ୍ଧାରୁଆ ବେଳ 

          କ୍ରମେ ଯାଏ ବିତି

 ଗାଁ ମନ୍ଦିରେ ବାଜେ ଘଣ୍ଟ

             ହୁଅଇ ଆଳତି ।


ଘରେ ଘରେ ଆନନ୍ଦର 

           ପରିବେଶ ଏଠି 

ପରିବାରେ ମିଳନର 

           ଆନନ୍ଦ ଯେଉଁଠି ।


କ୍ରମେ ନିଶାଗମେ ହୁଏ 

            ନିସ୍ତବ୍ଧ ଧରଣୀ 

ନିଦ୍ରାଦେବୀ କୋଳେ ଶାନ୍ତି 

            ଲଭେ ସର୍ବପ୍ରାଣୀ ।



Rate this content
Log in

Similar oriya poem from Abstract